Only for Entertainment

ସାନିଆ ମିର୍ଜା ନିଜ ବାୟୋପିକକୁ ନେଇ କଲେ ଘୋଷଣା, ଏହି ଅଭିନେତ୍ରୀ ତୁଲାଇ ପାରନ୍ତି ତାଙ୍କ ଭୂମିକା !

258

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା କହିଛନ୍ତି ଯେ ତାଙ୍କ ବାୟୋପିକ ନିର୍ଦ୍ଦେଶକ ରୋନି ସ୍କୃବାଲା ବନାଇବାକୁ ଯାଉଛନ୍ତି । ଗ୍ରାଣ୍ଡସ୍ଲେମ ଜିତିଥିବା ଭାରତର ଏକମାତ୍ର ମହିଳା ଖେଳାଳୀ କହିଛନ୍ତି ସେ ତାଙ୍କ ବାୟୋପିକ ପାଇଁ ସ୍ୱୀକୃତି ଦେଇ ସାରଛନ୍ତି ଏବଂ ଏହା ଉପରେ କାମ ଆରମ୍ଭ ହୋଇସାରିଲାଣି । କିଛି ଦିନ ପୂର୍ବେ ସାନିଆ ମିର୍ଜା କହିଥିଲେ ଯେ ସେ ତାଙ୍କ ବାୟୋପିକରେ ପରିଣିତି ତାଙ୍କ ଭୂମିକା ତୁଲାନ୍ତୁ ବୋଲି ସେ ଚାହାନ୍ତି , କିନ୍ତୁ କଳାକାରଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସାନିଆ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ତାଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଥିବା ବାୟୋପିକକୁ ନେଇ ସେ ଖୁବ ଖୁସି ଅନୁଭବ କରୁଛନ୍ତି ଏବଂ ସ୍ୱୀକୃତି ଦେଇ ସାରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହାପୂର୍ବରୁ କିଛି ବର୍ଷ ମଧ୍ୟରେ ଖେଳାଳୀ ଏମ ସି ମାରିକମ, ଦଙ୍ଗଲ, ଭାଗ ମିଲ୍ଖା ଭାଗ ଏବଂ ଏମ ଏସ ଧୋନି ଭଳି ବାୟୋପିକ ପ୍ରସ୍ତୁତ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More