Only for Entertainment

ଟେନିସ ଖେଳାଳି ସାନିଆ ମିର୍ଜା ୫ମାସରେ ହ୍ରାସ କଲେ ୨୨କିଲୋ, ଖୋଲିଲେ ରାଜ !

37

ଟେନିସ୍‌ ଖେଳାଳି ସାନିଆ ମିର୍ଜା ନିଜର ଓଜନ ହ୍ରାସ ପାଇଁ ଚର୍ଚ୍ଚାର ପରିସରରେ ରହିଛନ୍ତି। କିଛିମାସ ପୂର୍ବରୁ ସାନିଆ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ଦେବା ପରେ ଅନ୍ୟ ମହିଳାମାନଙ୍କ ଭଳି ସାନିଆ ମିର୍ଜାଙ୍କର ବି ଓଜନ ବୃଦ୍ଧି ପାଇଥିଲା। ତେବେ ସାନିଆ ମିର୍ଜା ୨୨କିଲୋ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଆସନ୍ତୁ ଜାଣିବା ଏତେ କମ୍‌ ସମୟରେ ସାନିଆ କିପରି ତାଙ୍କ ଓଜନ ହ୍ରାସ କରିଛନ୍ତି।

ପୁଅକୁ ଜନ୍ମ ଦେବା ପରେ ସାନିଆ ମିର୍ଜାଙ୍କ ପାଇଁ ୫ମାସ ଭିତରେ ୨୨କିଲୋ ଓଜନ କମ୍‌ କରିବା କିଛି ସହଜ ନଥିଲା। ଏଥିପାଇଁ ତାଙ୍କୁ ପ୍ରଚୁର କସରତ କରିବାକୁ ପଡ଼ିଛି। ଅନ୍ତସତ୍ତ୍ୱା ଥିବା ସମୟରେ ସାନିଆ ମିର୍ଜାଙ୍କ ଓଜନ ୮୯କିଲୋ ବୃଦ୍ଧି ପାଇ ଯାଇଥିଲା। ପୁତ୍ର ସନ୍ତାନକୁ ଜନ୍ମ ଦେବାର ୧୫ଦିନ ପରେ ସାନିଆ ସଙ୍ଗେସଙ୍ଗେ ଏକ୍ସସସାଇଜ୍‌ କରିବା ଆରମ୍ଭ କରିଦେଇଥିଲେ। ପ୍ରତିଦିନ ବ୍ୟାୟାମ କରି ସାନିଆ ୫ମାସ ଭିତରେ ନିଜର ଓଜନ ୮୯ କିଲୋକୁ ହ୍ରାସ କରି ୬୭ କିଲୋ କରି ଦେଇଥିଲେ। ଯେଉଁ ମହିଳାମାନଙ୍କ ପ୍ରସବ ପରେ ଓଜନ ବୃଦ୍ଧି ପାଉଛି ଏବଂ ସେମାନେ ଓଜନ ବୃଦ୍ଧିକୁ ନେଇ ବିଚଳିତ ହୋଇପଡ଼ୁଛି। ସେମାନଙ୍କ ପାଇଁ ସାନିଆ ପ୍ରେରଣ ପାଲଟିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More