Only for Entertainment

ସାମ୍ନାକୁ ଆସିଲା କଳଙ୍କର ଆଉ ଏକ ପୋଷ୍ଟର, ଦେଖିବାକୁ ମିଳିଲା ମାଧୁରୀ ଏବଂ ସଂଜୟଙ୍କୁ ଏକାଠି !

43

କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘କଳଙ୍କ’କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । କିଛିଦିନ ହେବ ଏହି ଫିଲ୍ମର ଅନେକ ପୋଷ୍ଟର ରିଲିଜ ହୋଇଥିଲା , ଯେଉଁଥିରେ ସମସ୍ତ କଳାକାରଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଥିଲା । ଏବଂ ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏବେ ଆଉ ଏକ ପୋଷ୍ଟର ରିଲିଜ ହୋଇଛି, ଯେଉଁ୍ଥିରେ ସଂଜୟ ଦତ୍ତ ଏବଂ ମାଧୁରୀଙ୍କୁ ଏକାଠି ଦେଖିବାକୁ ମିଳିଛି ।

କହିରଖୁଛୁ ଯେ, ଏପର୍ଯ୍ୟନ୍ତ ଫିଲ୍ମର ସମସ୍ତ ଷ୍ଟାରଙ୍କ ଫଟୋ ସାମ୍ନାକୁ ଆସି ସାରିଛି । ଫିଲ୍ମରେ ସୋନାକ୍ଷୀ, ଆଲିଆ ଏବଂ ମାଧୁରୀଙ୍କ ବ୍ୟତିତ ବରୁଣ ଧୱନଙ୍କ, ଆଦିତ୍ୟ ରୟ କପୁର ଏବଂ ସଂଜୟ ଦତ୍ତ ପରି କଳାକାର ନଜର ଆସିବେ । ଫିଲ୍ମ ୧୭ ଏପ୍ରିଲ ମାସରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More