Only for Entertainment

ପୁଣି ଥରେ ପରଦାକୁ ଆସିବାକୁ ଯାଉଛି ୯୦ଦଶକର ଫିଲ୍ମ !

free press journal
0 45

ବଲିଉଡରେ ପ୍ରସ୍ତୁତ ହେଉଛି ୯୦ ଦଶକର ସୁପରହିଟ୍ ସିନେମା ସଡକର ସିକ୍ୱେଲ୍ । ଅଭିନେତା ସଂଜୟ ଦତ୍ତ ଏହି ସିକ୍ୱେଲ୍ ସିନେମାକୁ ନେଇ ରଖିଛନ୍ତି ବୟାନ । ୯୦ ଦଶକରେ ଫିଲ୍ମ ସଡକ ବିପୁଳ ସଫଳତା ହାସଲ୍ କରିଥିବାବେଳେ, ଫିଲ୍ମ ମେକର ମହେଶ ଭଟ୍ଟ ଏହାର ଦ୍ୱିତୀୟ ପାର୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ।

sadak-2-1508751237-e1508751343716ସଡକ ସିକ୍ୱେଲକୁ ନେଇ ସଂଜୟ ଦତ୍ତ ଓ ମହେଶ ଭଟ୍ଟ ଆଲୋଚନା ମଧ୍ୟ କରିଛନ୍ତି । ଦୁହିଁଙ୍କ ଆଲୋଚନା ସମୟର ଫଟୋକୁ ଇଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତିି ପୂଜା ଭଟ୍ଟ । ସଡକ ସିକ୍ୱେଲ୍ର ଯୋଜନା ଖୁବଶୀଘ୍ର ସତ ହେବ ବୋଲି ସଂଜୟ ଦତ୍ତ କହିଛନ୍ତି ।

instagramଏହି ଫିଲ୍ମରେ ଆଲିୟା ଅଭିନୟ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ସଡକ ରିମେକ ତାମିଳ ନାଟକ ମହାନଦୀର ରିମେକ ହୋଇପାରେ ବୋଲି କୁହାଯାଉଛି, ଯାହା ଚୋରୀ ଏବଂ ଭ୍ରଷ୍ଟାଚାର ଭଳି ସାମାଜିକ ଦୁର୍ନୀତି ଉପରେ ଆଧାରିତ ହେବ । ଏହି ଫିଲ୍ମରେ ଆଲିୟା, ପୂଜା ଏବଂ ସଂଜୟ ଅଭିନୟ କରିବେ । ମାତ୍ର ଏହାର ଏବେ ପର୍ଯ୍ୟନ୍ତ କୌଣସି ସଠିକ ଖବର ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More