Only for Entertainment

‘ମୁନ୍ନା ଭାଇ’ ସିକ୍ୱେଲରେ ଏହି ଅଭିନେତାଙ୍କୁ ରେପ୍ଲେସ କରିପାରନ୍ତି ରଣବୀର ।

YouTube
0 39

ସଂଜୟ ଦତ୍ତଙ୍କ ବାୟୋପିକ ସଂଞ୍ଜୁର ଜବରଦସ୍ତ ସଫଳତା ପରେ ଏବେ ପ୍ରଶଂସକମାନେ ରଣବୀର କାପୁର ଏବଂ ସଂଜୟ ଦତ୍ତଙ୍କୁ ଏକାଠି ଦେଖିବା ନେଇ ବେଶ ଉଚ୍ଛୁକ ଅଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ରାଜକୁମାର ହିରାନୀ ତାଙ୍କର ଆଗାମୀ ନୂଆ ଯୋଜନା ନେଇ ଉଦ୍ୟମ ଆରମ୍ଭ କଲେଣି ।

ମିଳୁଥିବା ସୂଚନା ଅନୁସାରେ ହିରାନୀ ସଂଜୟ ଏବଂ ରଣବୀରଙ୍କୁ ନେଇ ଖୁବଶୀଘ୍ର ଏକ ଫିଲ୍ମ ଆରମ୍ଭ କରିବେ । ଏହି ଫିଲ୍ମ ‘ମୁନ୍ନା ଭାଇ’ର ସିକ୍ୱେଲ ହେବ । ହିରାନୀ ରଣବୀରଙ୍କୁ ‘ସର୍କିଟ’ରୋଲ ପାଇଁ ସାଇନ କରିବାକୁ ଚାହୁଁଛନ୍ତି । ଏହା ପୂର୍ବରୁ ଦୁଇଟି ଫିଲ୍ମରେ ସର୍କିଟ ର ଭୂମିକାରେ ଅର୍ସଦ ୱାରସିଙ୍କୁ ଦେଖିବାକୁ ମିଳିଥିଲା । ଯଦି ଏହି ଖବର ସତ ହୁଏ ତେବେ ରଣବୀର ଅର୍ସଦଙ୍କୁ ରିପ୍ଲେସ କରିବେ ।

munna-

ହିରାନୀଙ୍କ କହିବା ଅନୁସାରେ ସଂଞ୍ଜୁରେ ରଣବୀର ଭୂମିକାକୁ ଦର୍ଶକ ବେଶ ପ୍ରଶଂସା କରିଥିଲା ବେଳେ ଆମେ ମଧ୍ୟ ଏହାଦ୍ୱାରା ବଡ଼ ପ୍ରଭାବିତ ହୋଇଛୁ । ଉଭୟ ସଂଜୟ ଏବଂ ରଣବୀରଙ୍କ ଅନସ୍କ୍ରିନ କେମେଷ୍ଟ୍ରି ବେଶ ଭଲ ରହିଛି । ତେବେ ବଲିଉଡରେ ରଣବୀରଙ୍କ ଏହି ‘ସର୍କିଟ’ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ବେଳେ କେବେ ଏହାର ଔପଚାରିକ ଘୋଷଣା କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More