Only for Entertainment

ଫିଲ୍ମ ‘ସଂଜୁ’ ଦେଖିବା ପରେ କାନ୍ଦି ପକାଇଥିଲେ ସଂଜୟ ଦତ୍ତ, ଏପରି ଥିଲା ତାଙ୍କ ପ୍ରତିକ୍ରିୟା ।

DNA India
0 54

୨୯ ଜୁନକୁ ରିଲିଜ ହୋଇଥିବା ଫିଲ୍ମ ‘ସଂଜୁ’ ବକ୍ସ ଅଫିସରେ ସଫଳ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ କ୍ରିଟିକ୍ସଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ଏବଂ ଫ୍ୟାନମାନେ ଫିଲ୍ମକୁ ଢେର ପ୍ରଶଂସା କରିଛନ୍ତି । ଏହି ସବୁ ମଧ୍ୟରେ ଯେଉଁ ବ୍ୟକ୍ତିତ୍ୱଙ୍କ ଉପରେ ଏହି ବାୟୋପିକ ଫିଲ୍ମ ନିର୍ମାଣ ହୋଇଛି ତାଙ୍କର ପ୍ରତିକ୍ରିୟା ସମସ୍ତ ଜାଣିବା ପାଇଁ ଇଚ୍ଛୁକ ଅଛନ୍ତି । ଏକ ଇଣ୍ଟରଭ୍ୟୁରେ ନିର୍ଦ୍ଦେଶକ ରାଜକୁମାର ହିରାନୀ କହିଛନ୍ତି ସଂଜୟ ଦତ୍ତଙ୍କୁ ଫିଲ୍ମ କିପରି ଲାଗିଲା ଏବଂ ତାଙ୍କର ପ୍ରତିକ୍ରିୟା କ’ଣ ଥିଲା ।

ranbir

ରାଜକୁମାର ହିରାନୀ କହିଛନ୍ତି, ‘ସଂଜୟ ଦତ୍ତଙ୍କୁ ଏହି ଫିଲ୍ମ ଖୁବ ପସନ୍ଦ ଆସିଲା । ସଂଜୟ ଦତ୍ତଙ୍କୁ ଯେବେ ଆମେ ଏହି ଫିଲ୍ମ ଦେଖାଇଲୁ ତାଙ୍କ ଏକ୍ସପ୍ରେସନ ଦେଖିବାର ଥିଲା । ଫିଲ୍ମ ଶେଷ ହେବା ପରେ ସେ କାନ୍ଦି ପକାଇଥିଲେ । ଏହା ପରେ ସେ ରଣବୀରଙ୍କୁ ଦେଖି କୁଣ୍ଢେଇ ପକାଇଥିଲେ ।’

ranbir2

କେବଳ ସଂଜୟ ଦତ୍ତ ନୁହଁନ୍ତି ଯେ ଫିଲ୍ମକୁ ଦେଖି କାନ୍ଦି ପକାଇଛନ୍ତି । ସଂଜୁରେ ଏପରି ଅନେକ ଦୃଶ୍ୟ ରହିଛି ଯାହା ଦର୍ଶକଙ୍କୁ ଇମୋଶନାଲ କରିଦେଇଛି । ବି-ଟାଉନ ସେଲିବ୍ରିଟିଙ୍କ ଠାରୁ ମଧ୍ୟ ଫିଲ୍ମକୁ ଭଲପାଇବା ମିଳିଛି । ଖବର ଅନୁସାରେ ଫିଲ୍ମ ସଂଜୁ ୩ ଦିନରେ ୧୦୦ କୋଟି ଆୟ କରି ଜବରଦସ୍ତ ଓପନିଂ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More