Only for Entertainment

ପୁଣିଥରେ ପ୍ରେମରେ ପଡ଼ିଲେ ସଂଜୁ ବାବୁ!

bollywood tadka
127

ବଲିଉଡ ଆକ୍ଟର ସଂଜୟ ଦତ୍ତ ଏବେ ତାଙ୍କର ଅପକମିଂ ଫିଲ୍ମ ‘ପ୍ରସ୍ଥାନମ’ର ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ବାବାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ସେ ପୂଜା ନାମକ ଏକ ଝିଅ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସିଛି । ବାବା ଝିଅଟି ସହିତ ପ୍ରେମଭରା କଣ୍ଠରେ କଥା ହେଉଥିବାର ଦେଖିବାକୁ ମିଳିଛି । ଯେଉର୍ଥିରେ ସଂଜୁ କହୁଛନ୍ତି, ହେଲୋ ପୂଜା, ମୁଁ ସଂଜୁ କହୁଛି, ପଚାଶ ତୋଳା, ପଚାଶ ତୋଳା । ଏହା ସହିତ ଆଉ କିଛି କଥାବାର୍ତ୍ତା ହେଉଛି, ଏବଂ ୧୩ ତାରିଖରେ ଦେଖା ହେବ ବୋଲି ମଧ୍ୟ ନିର୍ଦ୍ଧାରଣ କରାଯାଉଛି । ଏତିକି ନୁହେଁ ପୁଜାକୁ ଆଇ ଲଭ୍ ୟୁ’ ବୋଲି ମଧ୍ୟ କହୁଛନ୍ତି ମୁନ୍ନାଭାଇ ଏମବିବିଏସର ଏହି ଅଭିନେତା । ଏହି ସମସ୍ତ କଥା କ୍ୟାମେରାରେ କଏଦ ହୋଇ ଯାଉଛି, ଯାହାକୁ ହଠାତ ଦେଖିବା ପରେ ଆକ୍ଟର କହୁଛନ୍ତି ମ୍ୟାମେରାକୁ ବନ୍ଦ କର, ବନ୍ଦ କର ।

 


କହିରଖୁଛୁ ସଂଜୟଙ୍କ ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଭିଡ଼ିଓକୁ ଏକତା କପୂର ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ବାସ୍ତବରେ ୧୩ ସେପ୍ଟେମ୍ବରକୁ ଫିଲ୍ମ ‘ଡ୍ରିମ ଗର୍ଲ’ ସିନେମା ଘରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଆୟୁଷ୍ମାନ ଖୁରାନା ପୁଅ ଏବଂ ଝିଅ ଉଭୟ ଚରିତ୍ରରେ ନଜର ଆସିବେ । ଆୟୁଷ୍ମାନଙ୍କୁ ଅଭିନୟ ଏବଂ ପୂଜା ଚରିତ୍ରକୁ ଦର୍ଶକ ତ ପସନ୍ଦ କରୁଛନ୍ତି, ଏହା ସହିତ ବଲିଉଡ ସେଲିବ୍ରେଟୀ ମଧ୍ୟ ଫିଦା ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More