Only for Entertainment

ରିଲିଜ ହେଲା ଫିଲ୍ମ ‘ପ୍ରସ୍ଥାନମ’ର ମୋଶନ ପୋଷ୍ଟର, ଦମଦାର ଅନ୍ଦାଜରେ ନଜର ଆସିଲେ ସଂଜୟ ଦତ୍ତ !

36

ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଫିଲ୍ମ ‘ପ୍ରସ୍ଥାନମ’ର ନିକଟରେ ଏକ ମୋଶନ ପୋଷ୍ଟର ରିଲିଜ ହୋଇଛି । ସଂଜୟଙ୍କ ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିବା ଧମାକାଦାର ତେଲୁଗୁ ଫିଲ୍ମ ପ୍ରସ୍ଥାନମର ହିନ୍ଦୀ ରିମେକ । ଫିଲ୍ମରେ ସଂଜୟ ଦତ୍ତ, ମନୀଷା କୋଇରାଲା, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ଅମାୟରା ଦସ୍ତୂର, ଚଙ୍କି ପାଣ୍ଡେ ଏବଂ ଅଲୀ ଫଜଲଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମର ଅରିଜିନଲ ପାର୍ଟକୁ ଦେବା କଟ୍ଟା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସବୁଠାରୁ ମଜାଦାର କଥା ହେଉଛି ଫିଲ୍ମ ହିନ୍ଦୀ ରିମେକକୁ ମଧ୍ୟ ସେ ହିଁ ପ୍ରସ୍ତୁତ କରିବେ । କିଛି ଦିନ ହେବ ଏହି ଫିଲ୍ମର ସୁଟିଂ ଚାଲିଛି ଏବଂ ଏବେ ଏହି ଫିଲ୍ମର ନୂଆ ମୋଶନ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟର ରିଲିଜ ହେବା ସହ ନିର୍ମାତା ଏକ ଖୁଲାସା କରିଛନ୍ତି ଯେ ସଂଜୟଙ୍କ ଏହି ଉକ୍ଟ୍ର ଆୱେଟେଡ ଫିଲ୍ମ କେବେ ରିଲିଜ ହେବ । ନୂଆ ପୋଷ୍ଟର ମୁତାବିକ ଫିଲ୍ମ ପ୍ରସ୍ଥାନମ ଚଳିତ ବର୍ଷ ୨୦ସେପ୍ଟମ୍ବରରେ ରିଲିଜ ହେବ ।


ନୂଆ ପୋଷ୍ଟରରେ ସଂଜୟ ଦତ୍ତ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସଂଜୟ ଏହାର ଭଏସ ଓଭର ଦେଇଛନ୍ତି । ସଂଜୟ ଭିଡିଓରେ କହିଛନ୍ତି ଯେ ହକ ଦୋଗେ ତୋ ରାମାୟଣ ଶୁରୁ ହୋଗି, ଛିନୋଗେ ତୋ ମହାଭାରତ ଏହାର ଅର୍ଥ, ହକ ମିଳିବ ତ ରାମାୟଣ ଆରମ୍ଭ ହେବ .., ଛଡେଇ ନେବ ତ ମହାଭାରତ !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More