Only for Entertainment

‘ହାଉସଫୁଲ-୪’ ନଜର ଆସିବେ ନାହିଁ ସଂଜୟ ଦତ୍ତ, ଏହି ଅଭିନେତା କଲେ ରିପ୍ଲେସ ।

The India Saga
0 61

‘ହାଉସଫୁଲ’ ସିରିଜର ତିନୋଟି ଫିଲ୍ମ ବକ୍ସ ଅଫିସରେ ହିଟ ହେବାପରେ ନାଜିଆଡୱାଲା ଗ୍ରାଣ୍ଡସନ୍ସ ଏଣ୍ଟରଟେନମେଣ୍ଟ ‘ହାଉସଫୁଲ ୪’ର ଘୋଷଣା କରିସାରିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦେଓଲ, କୃତି ସେନନ, ପୂଜା ହେଗଡେ ନଜର ଆସିବେ । ଶୁଣିବାକୁ ମିଳୁଥିଲା ଯେ ସଂଜୟ ଦତ୍ତ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କିନ୍ତୁ ସଂଜୁ ବାବାଙ୍କ ପ୍ରଶଂସକ ଏହା ଶୁଣି ନରାଶ ହେବ ଯେ ଫିଲ୍ମରେ ସଂଜୟ ଦତ୍ତ ନଜର ଆସିବେ ନାହିଁ ।

housefull_4_2_1

ଖବର ଅନୁସାରେ ନାନା ପାଟେକର ଫିଲ୍ମରେ ସଂଜୟ ଦତ୍ତଙ୍କୁ ରିପ୍ଲେସ କରିଛନ୍ତି । ସଂଜୟ ଦତ୍ତଙ୍କ ସହିତ ଏହି ଫିଲ୍ମ ବିଷୟରେ ପୂର୍ବରୁ ଆଲୋଚନା କରାଯାଇଥିଲା କିନ୍ତୁ କିଛି କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ । ଏହି ଫିଲ୍ମରେ ସାଜିଦ ଖାନ ନିର୍ଦ୍ଦେଶନା ଦେବେ । ଫିଲ୍ମ ଶୁବଶୀଘ୍ର ଲଂଣ୍ଡନରେ ଆରମ୍ଭ ହେବ । ସୁଟିଂ ପାଇଁ ଅକ୍ଷୟ ଏବଂ କୃତି ମଧ୍ୟ ମୁମ୍ବାଇରୁ ବାହାରି ସାରିଛନ୍ତି ।

actors

‘ହାଉସଫୁଲ’ ସିରିଜ ବିଷୟରେ କହିବାକୁ ଗଲେ ଏହି ସିରିଜର ପ୍ରଥମ ଫିଲ୍ମ ୨୦୧୦ରେ ରିଲିଜ ହୋଇଥିଲା । ଏହାର ଦ୍ୱିତୀୟ ପାର୍ଟ ୨୦୧୨ରେ ରିଲିଜ ହୋଇଥିଲା । ଏହି ଦୁଇଟି ଫିଲ୍ମର ନିର୍ଦ୍ଦେଶକ ଥିଲେ ସାଜିଦ ଖାନ । ସେହିପରି ଏହି ସିରିଜର ତୃତୀୟ ପାର୍ଟ ‘ହାଉସଫୁଲ ୩’ ୨୦୧୬ରେ ରିଲିଜ ହୋଇଥିଲା । ଏହାକୁ ସାଜିଦ ଏବଂ ଫରହାଦ ମିଳିତ ଭାବେ ନିର୍ଦ୍ଦେଶନା ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More