Only for Entertainment

ଗ୍ୟାଙ୍ଗଷ୍ଟର ପରେ ଏବେ ପାନିପଥରେ ଆଫଗାନ କିଙ୍ଗ ରୂପେ ନଜର ଆସିବେ ସଂଜୟ ଦତ୍ତ !

YouTube
0 35

ସଂଜୟ ଦତ୍ତ ଏବେ ନିଜର ଆଗାମୀ ଫିଲ୍ମର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଫିଲ୍ମ ପାନିପଥ’ରେ ସେ ଏକ ଆଫଗାନ କିଙ୍ଗ ଭୂମିକାରେ ନଜର ଆସିବେ ଏହି କାରଣରୁ ସେ ନିଜର ଚରିତ୍ର ପାଇଁ ପ୍ରସ୍ତୁତି କରିବାରେ ଲାଗିଛନ୍ତି । ଏହି ପିରିୟଡ ଡ୍ରାମା ଫିଲ୍ମରେ ସଂଜୟ ଅନେକ ପୋଷାକ ଏବଂ ମେକଅପ ଟ୍ରାଏ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଆଶୁତୋଶ ଗୋବରିକର ଏବଂ ଫିଲ୍ମ ସୁଟ ପାଇଁ ସଂଜୟ ମୁମ୍ବାଇରୁ ବାହାର ଏକ ଷ୍ଟୁଡିଓରେ ନଜର ଆସିଥିଲେ ।
ଏକ ଅଫିସିଆଲ ଷ୍ଟେଟମେଂଟରେ ଶୁଣିବାକୁ ମିଳିଥିଲା ଯେ ସଂଜୟ ଏହି ଫିଲ୍ମରେ ଅଫଗାନ କିଙ୍ଗ ରୁପରେ ଭୂମିକାରେ ନଜର ଆସିବେ , ଯେଉଁକାରଣରୁ ତାଙ୍କ ଟିମ ମେକଅପ, ହେୟାର ଏବଂ ପୋଷାକ ଉପରେ କାମ କରୁଛନ୍ତି । ଏହିକାରଣରୁ ସଂଜୟ ନିଜ ଚେହେରାରେ ଭିନ୍ନ ଭିନ୍ନ ପ୍ରକାର ଦାଢି ମଧ୍ୟ ରଖି ଦେଖିଛନ୍ତି ।


ଏହି ଫିଲ୍ମ ପାନିପଥର ୩ୟ ଲଢେଇ ଉପରେ ଆଧାରିତ । ଏହି ଲଢେଇ ମରାଠା ସାମ୍ରାଜ୍ୟ ଏବଂ ଆଫଗାନ ଶାସକ ଅହମଦ ଶାହ ଅବ୍ଦାଲୀଙ୍କ ମଧ୍ୟରେ ହୋଇଥିଲା । ଫିଲ୍ମ ପାନିପଥରେ ଅର୍ଜୁନ କପୂର ଏବଂ କୃତି ସାନନ ମଧ୍ୟ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ଦତ୍ତ ‘ସାହିବ ବିବି ଗ୍ୟାଙ୍ଗଷ୍ଟର୩’ରେ ନଜର ଆସିଥିଲେ । ଏହାବ୍ୟତୀତ କିଛି ଦିନ ପୂର୍ବେ ତାଙ୍କ ଜୀବନୀ ଉପରେ ବାୟୋପିିକ ପ୍ରସ୍ତୁତ ହୋଇଥିଲା । ଏହାସହ ସଂଜୟ ଫିଲ୍ମ ‘କଳଙ୍କ’ରେ ମଧ୍ୟ କାମ କରୁଛନ୍ତି ଯେଉଁଥିରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ ମାଧୁରୀ ଦିକ୍ଷିତ, ବରୁଣ ଧୱନ, ଆଲିୟା ଭଟ୍ଟ, ଆଦିତ୍ୟ ରୟ କପୁର ଏବଂ ସୋନାକ୍ଷୀ ସିନ୍ହା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More