Only for Entertainment

‘ସଂଜୁ’ର ସୁଟିଂ ସେଟରେ ପହଁଚିଲେ ସଂଜୟ ଦତ୍ତ, ରଣବୀର କପୁରଙ୍କୁ ଆଲିଙ୍ଗନ କରି ହେଲେ ଇମୋଶନାଲ

bollywood tadka
0 44

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଂଜୁ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ‘ସଂଜୁ’ ସଂଜୟ ଦତ୍ତଙ୍କ ବାୟୋପିକ ଉପରେ ଆଧାରିତ । ଫିଲ୍ମର ଟ୍ରେଲରକୁ ବର୍ତ୍ତମାନ ୧ କୋଟିରୁ ଅଧିକ ଭ୍ୟୁଜ ମିଳିସାରିଛି । ନିକଟରେ ଫିଲ୍ମର କିଛି ସ୍ପେଶାଲ ପାର୍ଟର ସୁଟି କରାଯାଇଥିଲା ଯେଉଁଥିପାଇଁ ସଂଜୟ ଦତ୍ତ ସୁଟିଂ ସେଟରେ ପହଁଚିଥିଲେ ।

ranbir1

ସୁଟିଂ ସେଟରୁ ସଂଜୟ ଦତ୍ତଙ୍କ ଏବଂ ରଣବୀର କପୁରଙ୍କ ଅନେକ ଫଟୋ ସାମ୍ନାକୁ ଆସିଛି । ଫଟୋରେ ସଂଜୟ ରଣବୀରଙ୍କୁ ଆଲିଙ୍ଗନ କରିଥିବା ନଜର ଆସିଛନ୍ତି । ଏହା ସହିତ ସେ ଖୁବ ଇମୋଶନାଲ ଥିବା ଦେଖିବାକୁ ମିଳିଛି । ଫଟୋରୁ ଜଣା ପଡୁଛି ଯେ ରଣବୀରଙ୍କୁ ନିଜ ଭୂମିକାରେ ଦେଖି ସଂଜୟ ଖୁବ ଖୁସି ଅଛନ୍ତି । ଏହା ସହିତ ଫିଲ୍ମକୁ ଦେଖିବା ପାଇଁ ସଂଜୟ ଖୁବ ଏକ୍ସାଇଟେଡ ମଧ୍ୟ ଅଛନ୍ତି ।

ranbir2

କହିରଖୁଛୁ ଯେ ଫିଲ୍ମରେ ସଂଜୟ ଦତ୍ତଙ୍କ ଜୀବନର ଅନେକ ଅଜଣା ଅଶୁଣା କାହାଣୀ ଦେଖିବାକୁ ମିଳିବ । ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୯ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More