Only for Entertainment

ଜାଣନ୍ତୁ କେଉଁ ଫିଲ୍ମରେ ଏକା ସହିତ ନଜର ଆସିବେ ରିଲ ଏବଂ ରିୟଲ ‘ସଞ୍ଜୁ’

Newz4ward
0 33

ୟଶ ରାଜ ଫିଲ୍ମ କିଛି ଦିନ ପୂର୍ବେ ଘୋଷଣା କରିଥିଲେ ଯେ ନିଜର ଆଗାମୀ ଫିଲ୍ମ ‘ଶମଶେରା’ରେ ରଣବୀର କପୁର ଲିଡ ରୋଲରେ ନଜର ଆସିବେ । ଏବେ ଫିଲ୍ମରେ ରଣବୀରଙ୍କ ବିପଷରେ କିଏ ଖଳନାୟକ ଭୂମିକାରେ ନଜର ଆସିବେ ତାହାର ନାମ ଘୋଷଣା କରାଯାଇଛି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସଞ୍ଜୟ ଦତ୍ତ ।

ଫିଲ୍ମରେ ରଣବୀର କପୁର ଆକ୍ସନ କରୁଥିବାର ନଜର ଆସିବେ । ତାଙ୍କର ଫାଷ୍ଟ ଲୁକକୁ ମଧ୍ୟ ଜାରି କରାଯାଇଛି । ରଣବୀର କପୁର ପ୍ରଥମଥର ପାଇଁ ଏଭଳି ଭୂମିକାରେ ନଜର ଆସିବେ ।


ଚଳିତ ମାସର ତୃତୀୟ ସପ୍ତାହରେ ଫିଲ୍ମର ଟ୍ରେଲର ଲଂଚ କରାଯିବ । ଫିଲ୍ମ ୨୯ ଜୁନକୁ ରିଲିଜ ହେବ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କରଣ ମଲହୋତ୍ରା । ଫିଲ୍ମକୁ ନେଇ ରଣବୀର କହିଛନ୍ତି ଯେ ‘ମୁଁ କନଫର୍ଟ ଜୋନରୁ ବାହାରି କିଛି ଅଲଗା କରିବା ପାଇଁ ଚେଷ୍ଟା କରିଛି ।’ ସେହିପରି ଅନ୍ୟପକ୍ଷରେ ସଞ୍ଜୟ ଦତ୍ତ ଏହା ପୂର୍ବରୁ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତେବେ ଦୁଇ ସଞ୍ଜୁଙ୍କୁ ଏକା ସହିତ ଫିଲ୍ମରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉôଳଣ୍ଠା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More