Only for Entertainment

‘ସଂଜୁ’ ପରେ ସଂଜୟ ଦତ୍ତ ଲେଖିବେ ନିଜ ଆତ୍ମକଥା, କରିବେ ଜୀବନର ଅନେକ ଖୁଲାସା ।

The Economic Times
0 46

‘ସଂଜୁ’ ପରେ ସଂଜୟ ଦତ୍ତଙ୍କୁ ଆହୁରି ନିକଟରୁ ଜାଣିବାର ମଉକା ପୁଣିଥରେ ଫ୍ୟାନମାନଙ୍କୁ ମିଳିବ । କିନ୍ତୁ ଏଥର ସଂଜୟ ଦତ୍ତଙ୍କ ବିଷୟରେ ଦେଖିବାକୁ ନୁହେଁ ବରଂ ପଢିବାକୁ ମିଳିବ । ବଲିଉଡ ଅଭିନେତା ସଂଜୟ ଦତ୍ତ ପବ୍ଲିସର ହାପର କାଲିନ୍ସ ସହିତ ମିଶି ନଜି ଆତ୍ମକଥା ପ୍ରକାଶିତ କରିବାକୁ ଯାଉଛନ୍ତି । ସଂଜୟ ଦତ୍ତ ନିଜର ଅଟୋବାୟୋଗ୍ରାଫି ନିଜ ଜନ୍ମଦିନ (୨୯ ଜୁଲାଇ ୨୦୧୯)ରେ ପବ୍ଲିସ କରିବେ ।

ଅଟୋବାୟାଗ୍ରାଫିକୁ ନେଇ ସଂଜୟ ଦତ୍ତ କହିଛନ୍ତି ମୁଁ ଏକ ଅସାଧାରଣ ଜୀବନ ଜାପନ କରିଛି । ଏବଂ ମୋ ଜୀବନରେ ଅନେକ ଭଲ ଏବଂ ଖରାପ ସମୟ ଆସିଛି । ମୋ ପାଖରେ ଆପଣଙ୍କୁ କହିବା ପାଇଁ ଅନେକ ହୃଦୟସ୍ପର୍ଶୀ କାହାଣୀ ରହିଛି । ଏହାକୁ ମୁଁ କାହା ସହିତ ସେୟାର କରିନାହିଁ । ମୁଁ ମୋ ଜୀବନର ଅନେକ ସୃତିକୁ ଆପଣଙ୍କ ସହିତ ବାଣ୍ଟିବା ପାଇଁ ଉତ୍ସାହିତ ଅଛି ।

ହାପର କାଲିନ୍ସ ଇଣ୍ଡିଆ ଅନୁସାରେ ପାଠକ ଏହି ଅଟୋବାୟୋଗ୍ରାଫିକରୁ ପଢିବା ପରେ ସଂଜୟ ଦତ୍ତଙ୍କୁ ଖୁବ ନିକଟରୁ ଜାଣିବାକୁ ପାଇବେ । ଯାହା ସେମାନେ ପୂର୍ବରୁ କେବେ ଜାଣିନଥିବେ ତାହା ଜାଣିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More