ସଞ୍ଜୟ ଦତ୍ତ ଆବେଗଭରା ପତ୍ର ସହ ନିଜର ଅଫ ସ୍କ୍ରିନ ହିରୋ ମହେଶ ଭଟଙ୍କୁ ଦେଲେ ଜନ୍ମ ଦିନର ଶୁଭେଚ୍ଛା……
ବଲିଉଡର ପ୍ରବୀଣ ଫିଲ୍ମ ନିର୍ମାତା ମହେଶ ଭଟ ନିଜର ୭୧ତମ ଜନ୍ମ ଦିବସ ଆଜି ପାଳନ କରିବାକୁ ଯାଉଛନ୍ତି । ଏହି ପ୍ରତିଭାବାନ ଫିଲ୍ମ ନିର୍ଦେଶକ ବା ନିର୍ମାତାଙ୍କ ପାଇଁ ସୋସିଆଲ ମିଡ଼ିଆରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କିନ୍ତୁ ଜଣଙ୍କର ହୃଦୟସ୍ପର୍ଶି ଶୁଭେଚ୍ଛା ଯାହାକି ଆପଣଙ୍କ ହୃଦୟକୁ ବି ତରଳେଇ ଦେଇପାରେ । ତେବେ ସେ ଆଉ କେହି ନୁହନ୍ତି , ନିଜର ଅଭିନେତା ବନ୍ଧୁ ତଥା ପ୍ରଶଂସକ ସଂଜୁ ବାବା ଓ ସଂଜୁ ତାଙ୍କର ଏହି ଶୁଭେଚ୍ଛା ବାର୍ତ୍ତା ଟ୍ୱିଟର ରେ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି ।
Happy Birthday Bhatt sahab ? @MaheshNBhatt pic.twitter.com/BdEfvjskWT
— Sanjay Dutt (@duttsanjay) September 20, 2019
ଏଥିରେ ସେ ମହେଶଙ୍କ ସହ ତାଙ୍କର ଏଯାବତ ଅଭୁଲା ସ୍ମୃତି, ସମ୍ପର୍କ ଓ ଜୀବନ ଯାତ୍ରା ସମ୍ପର୍କରେ ଲେଖିଛନ୍ତି ଓ ଯାହାକି ତାଙ୍କ ଭଲ ପାଇବା, ବିଶ୍ୱାସ ଏବଂ ସମର୍ଥନ କୁ ଦର୍ଶାଉଛି ।