Only for Entertainment

ଏହି ଅଭିନେତ୍ରୀଙ୍କୁ ନିଜ ମା’ଙ୍କ ଭୂମିକାରେ ଦେଖିବାକୁ ଚାହୁଁଥିଲେ ସଂଜୟ ଦତ୍ତ ।

Koimoi
0 57

ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ଫିଲ୍ମ ଫନ୍ନେ ଖାନ୍‌ରେ ଶେଷ ଥର ପାଇଁ ଦର୍ଶକେ ଦେଖିବାକୁ ପାଇଥିଲେ । ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ପାଇ ପାରି ନ ଥିବା ବେଳେ ଏବେ ଐଶ୍ୱର୍ଯ୍ୟା ନିଜର ଆଗାମୀ ଫିଲ୍ମ ‘ଗୁଲାବ ଜାମୁନ୍‌’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ସେ ନିଜ ସ୍ୱାମୀ ଅଭିଷେକଙ୍କ ସହ ନଜର ଆସିବାକୁ ଥିବା ବେଳେ ଆଗାମୀ ଦିନରେ ତାଙ୍କୁ ଆହୁରି ଅନେକ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି । ଫିଲ୍ମ ‘ଜସ୍ମିନ୍‌’ ଏବଂ ‘ରାତଦିନ୍‌’ରେ ଐଶ୍ୱର୍ଯ୍ୟା ନଜର ଆସି ପାରନ୍ତି ବୋଲି ସୂଚନା ମିଳିଛି ।

ଏହି ଦୁଇଟି ଫିଲ୍ମ ବିଷୟରେ ସୂଚନା ଦେବାକୁ ଯାଇ ସେ ସଞ୍ଜୟ ଦତ୍ତଙ୍କ ଇଚ୍ଛା ବିଷୟରେ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ, ଯେତେବେଳେ ୨୦୦୫ରେ ମୁଁ ଏବଂ ସଞ୍ଜୁ ଫିଲ୍ମ ‘ଶବ୍ଦ’ର ସୁଟିଂ କରୁଥିଲୁ, ସେ ସମୟରେ ସଞ୍ଜୁ ମୋତେ ଗୋଟେ କଥା କହିଥିଲେ । ଯଦି ‘ରାତ୍‌ ଔର ଦିନ ଦ୍ୱିତୀୟ ଥର ତିଆରି ହୁଏ ତେବେ ତୁମେ ମୋ ମା’ ନର୍ଗିସ୍‌ଙ୍କ ଭୂମିକା କରିବ । ମୁଁ ତାଙ୍କ ମା’ଙ୍କ ଚରିତ୍ର ଭଲ ଭାବରେ କରି ପାରିବି ସେ ବିଶ୍ୱାସ ତାଙ୍କର ମୋ ଉପରେ ଥିବା ଦେଖି ମୁଁ ବହୁତ ଖୁସି ହୋଇଥିଲି । ଏବେ ଲାଗୁଛି ତାଙ୍କର ସେ ସ୍ୱପ୍ନ ପୂରଣ ହେବ । ଅନ୍ୟ ପକ୍ଷରେ ଫିଲ୍ମ ‘ରାତ୍‌ ଔର ଦିନ୍‌’ ସହିତ ସେ ଫିଲ୍ମ ‘ଓ୍ଵ କୌନ୍‌ ଥି’ରେ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More