Only for Entertainment

ଫିଲ୍ମ ସଂଜୁ ଦେଖି ଅଭିମାନ କଲେ ଏହି ଜବରଦସ୍ତ ଫ୍ୟାନ,ଜାଣନ୍ତୁ ସେ କେତେ ଦିୱାନା ସଂଜୁଙ୍କ ପାଇଁ ।

amarujala
0 32

ସଂଜୁ ଫିଲ୍ମକୁ ଦେଖିବା ପାଇଁ ସମସ୍ତେ ଖୁବ ପ୍ରତୀକ୍ଷା କରିଥିଲେ । କେବଳ ସେତିକି ନୁହେଁ ଫିଲ୍ମ ରିଲିଜ ହେବା ପରେ ସେଲିବ୍ରେଟୀମାନେ ମଧ୍ୟ ଜବରଦସ୍ତ ରିଭ୍ୟୁ ଦେଇଛନ୍ତି । କୁହାଯାଉଛି ଫିଲ୍ମ ସମସ୍ତଙ୍କୁ ଇମୋଶନାଲ କରି ଦେଇଛି । କିନ୍ତୁ ଏହି ମଧ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ବାସ୍ତବରେ ବାବା ସଂଜୁଙ୍କର ଜଣେ ଜବରଦସ୍ତ ଫ୍ୟାନ ଅଛନ୍ତି । ଯିଏ ସଂଜୁଙ୍କୁ ଖୁବ ଭଲ ପାଆନ୍ତି । ସେ ହେଉଛନ୍ତି ଜଣେ ଅଟୋ ଚାଳକ ସନ୍ଦୀପ । ତାଙ୍କ ଗାଡ଼ିରେ କେବଳ ସଂଜୟଙ୍କ ଫଟୋ । ଏହା ବ୍ୟତୀତ କେତେକ ସାଧାରଣ ଶିକ୍ଷା । ତେବେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସମୟରେ ସଂଜୟ ଦତ୍ତତାଙ୍କୁ ସାହାଯ୍ୟ କରିଥିଲେ ଓ ତାଙ୍କ ମାଙ୍କ ଜୀବନ ବଂଚାଇଥିଲେ । ଯାହାକୁ ସେ କେବେ ମଧ୍ୟ ଭୁଲି ନାହାଁନ୍ତି । ସେହି ଦିନରୁ ସେ ହୋଇ ଯାଇଛନ୍ତି ସଂଜୟଙ୍କ ବଡ଼ ଫ୍ୟାନ ।

ସେ କେବଳ ସଂଜୟଙ୍କ ଫଟୋ ଥିବା ଟାଟୁ କରିନାହାଁନ୍ତି ବରଂ ସଂଜୟ ଜେଲରୁ ଫେରିବା ପାଇଁ ପ୍ରତିଦିନ ପ୍ରାର୍ଥନା କରୁଥିଲେ ମଧ୍ୟ । ସେ ସଂଜୟଙ୍କ ପାଇଁ ୩ ବର୍ଷ ଖାଲି ପାଦରେ ଚାଲିଛନ୍ତି ।


ତେବେ ଜେଲରୁ ଫେରିବା ପରେ ସଂଜୁ ଅଟୋ ଚାଳକଙ୍କୁ ପ୍ରଥମେ ଦେଖା କରିଥିଲେ । କିନ୍ତୁ ସନ୍ଦୀପ ଖୁବ ଅଭିମାନ କରିଛନ୍ତି ।

 

କାରଣ ସେ ଭାବିଥିଲେ ଫିଲ୍ମରେ ୩୦ ସେକେଣ୍ଡର ଚରିତ୍ର ତାଙ୍କ ଥିବ । କିନ୍ତୁ ତାହା ହୋଇନାହିଁ । ତଥାପି ସେ ସଂଜୟଙ୍କ ଫିଲ୍ମକୁ ନେଇ ଖୁବ ଖୁସି ଅଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More