Only for Entertainment

ସଂଜୟ ଦତ୍ତ ହେବେ ଆଂଟି ଡ୍ରଗ କ୍ୟାମ୍ପେନର ବ୍ରାଣ୍ଡ ଆମ୍ବାସେଡର ।

scroll.in
0 36

ସଂଜୟ ଦତ୍ତଯେ ଡ୍ରଗ ଏଡିକ୍ଟେଡ ଥିଲେ ଏହା ସମସ୍ତେ ଜାଣନ୍ତି,ତଥାପି ତାହା ଯାହା ହେଉ ନା କାହିଁକି ଆଜି ସେ ବଦଳି ଯାଇଛନ୍ତି ଏବଂ ତାଙ୍କ ମଧ୍ୟରେ ଆମେ ଅନ୍ୟ ଜଣେ ସଂଜୟ ଦତ୍ତଙ୍କୁ ଦେଖିବାକୁ ପାଇଛୁ । ଖୁବଶୀଘ୍ର ସଂଜୟ ଦତ୍ତ ଆଂଟି ଡ୍ରଗ କ୍ୟାମ୍ପେନ ପାଇଁ ବିଜ୍ଞାପନ କରୁଥିବାର ନଜର ଆସିବେ । ଏଏନଆଇର ଏକ ଟ୍ୱିଟ ଅନୁସାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତିଯେ ସଂଜୟ ଏହି କ୍ୟାମ୍ପେନରେ ବ୍ରାଣ୍ଡ ଆମ୍ବାସେଡର ଭୂମିକା କରିବା ପାଇଁ ରାଜି ହୋଇ ଯାଇଛନ୍ତି ।

ସଂଜୟ ଦତ୍ତଙ୍କ କହିବା ଅନୁସାରେ ଡ୍ରଗ ଏଡିକ୍ଟେଡ ହୋଇ ସେ ଜୀବନରେ ବିଭିନ୍ନ ମସସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେଣୁ ସେ ଏହି କ୍ୟାମ୍ପେନ କରିବାକୁ ଚାହାଁନ୍ତି ।

ସଂଜୟ ଲମ୍ବା ସମୟ ଧରି ଡ୍ରଗ ଆଡିକ୍ସନର ଶୀକାର ହୋଇଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହାକୁ ଛାଡ଼ିବା ପାଇଁ ସଂକଳ୍ପ ନେଇଥିଲେ । ଏଥିପାଇଁ ତାଙ୍କୁ ତାଙ୍କ ବାପା ସୁନିଲ ଦତ୍ତ ଖୁବ ସାହାଯ୍ୟ କରିଥିଲେ । ସେ ସଂଜୟଙ୍କୁ ଆମେରକିାରେ ଏକ ରିହାବିଲେସନ ସେଂଟରରେ ଭର୍ତ୍ତି କରିଥିଲେ । ଏହି ମସସ୍ତ ଘଟଣା ତାଙ୍କ ବାୟୋପିକ ଫିଲ୍ମ ସଂଜରେ ସମସ୍ତେ ଦେଖିବାକୁ ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More