Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ଘରକୁ ବିବାହ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇଥିଲେ ଦୀପବୀର, ବଦଳରେ ମିଳିଲା ଏହି ଉପହାର ।

The Indian Express
38

ଆପଣ ଜାଣିଛନ୍ତି ଯେ, ବଲିଉଡ ମସ୍ତାନ ଦୀପିକା ପାଦୁକୋନ ଏବଂ ବାଜିରାଓ ରଣବୀର ସିଂ ଚଳିତ ମାସ ୧୪-୧୫ରେ ବିବାହ କରିବାକୁ ଯାଉଛନ୍ତି । ବିବାହ ପାଇଁ ସବୁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଏପରି କି ବିବାହ ପୂର୍ବର ରିତି ନିତି ମଧ୍ୟ ଆରମ୍ଭ ହୋଇ ସାରିଛି । ନିକଟରେ ଏହି ଷ୍ଟାର ଯୋଡି ନିଜ ବିବାହ ନିମନ୍ତ୍ରଣ ପତ୍ର ଦେବାକୁ ଫିଲ୍ମ ମେକର ସଂଜୟ ଲୀଲା ଭଂସାଲୀଙ୍କ ଘରେ ପହଁଚିଥିଲେ । ଖବର ଅନୁସାରେ ସଂଜୟ ଲୀଲା ଭଂସାଲୀ ଦୁହିଁଙ୍କୁ ଖାଲି ହାତରେ ଫେରାଇ ନାହାଁନ୍ତି । ଭଂସାଲୀ ଦୀପବୀରଙ୍କୁ ଏକ ଖାସ ଉପହାର ଦେଇଛନ୍ତି ଯାହାକୁ ପାଇ ଦୁହେଁ ବହୁତ ଖୁସିଥିବା କୁହାଯାଉଛି ।

deepika

ଯଦି ଆପଣ ଭାବୁଥିବେ ଏହି ଖାସ ଗିଫ୍ଟ କ’ଣ ? ତେବେ ଆପଣଙ୍କୁ କହିରଖୁଛି ଯେ, ଏହି ଗିଫ୍ଟ ଆଉ କିଛି ନୁହେଁ ବରଂ ପଦ୍ମାବତ ସମୟରେ ଉଠାଯାଇଥିବା ଫଟୋର ଆଲବମ । ଆସଲରେ ଦୀପିକା ଭସାଲୀଙ୍କ ଘରୁ ଫେରିବା ବେଳେ ତାଙ୍କ ହାତରେ ଏହି ଆଲବମ ଦେଖିବାକୁ ମିଳିଥିଲା ଯେଉଁଥିରେ ପଦ୍ମାବତର ପୋଷ୍ଟର ଲାଗିଥିଲା । ତେଣୁ ଫଟୋରୁ ଦେଖି ଜଣାପଡୁଛି ଯେ ଭଂସାଲୀ ଏହି ଫଟୋ ଗୁଡିକୁ ଉପହାରରେ ଦେଇଛନ୍ତି ।

ranveer

କହିରଖୁଛୁ ଯେ, ଦୀପିକା ଏବଂ ରଣବୀରଙ୍କ କ୍ୟାରିୟରର ସବୁଠାରୁ ୩ଟି ବଡ ଫିଲ୍ମ ‘ବାଜିରାଓ ମସ୍ତାନୀ’, ‘ରାମଲୀଲା’ ଏବଂ ‘ପହ୍ମାବତ’କୁ ସଂଜୟ ଲୀଲା ଭଂସାଲୀ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସହିତ ଦୀପିକା ଏବଂ ରଣବୀର ପ୍ରଥମଥର ପାଇଁ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ରାମଲୀଲା’ ସେଟରେ ହିଁ ପରସ୍ପର ସହିତ ଦେଖାହୋଇଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ସେଥିପାଇଁ ତିନି ଜଣଙ୍କ ମଧ୍ୟରେ ଖୁବ ଖାସ ସମ୍ପର୍କ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More