Only for Entertainment

ସଲମାନ ଖାନଙ୍କ ନୂଆ ଫିଲ୍ମ ପାଇଁ ସଂଜୟ ଲୀଲା ଭଂସାଲୀ ଚୟନ କଲେ ଦୁଇଟି ନାମ, କେଉଁ ନାମକୁ ଫାଇନାଲ କରିବେ ଭାଇଜାନ ?

dna
44

ଅନେକ ଦିନରୁ ଶୁଣିବାକୁ ମିଳୁଛି ସଂଜୟ ଲୀଲା ଭଂସାଲୀ ନିଜର ନୂୂଆ ଫିଲ୍ମରେ ସଲମାନ ଖାନଙ୍କୁ ସାଇନ କରିବାକୁ ଯାଉଛନ୍ତି । ନିକଟରେ ଏହି ଖବର ଉପରେ ପକ୍କା ମୋହର ଲାଗିସାରିଛି । ସଂଜୟଙ୍କ ଏହି ଫିଲ୍ମ ପାଇଁ ସଲମାନ ଖାନ ହଁ ଭରି ସାରିଛନ୍ତି । ଏବଂ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ମଧ୍ୟ କରାଯିବ । ଏବେ ଫିଲ୍ମର ବାକି ଷ୍ଟାରକାଷ୍ଟଙ୍କୁ ନେଇ ଅନେରକ ଖବର ସାମ୍ନାକୁ ଆସୁଛି । ଇତି ମଧ୍ୟରେ ଫିଲ୍ମକୁ ନେଇ ଦୁଇଟି ନୂଆ ଖବର ସାମ୍ନାକୁ ଆସିଛି ।

alia-bhatt

ପ୍ରଥମଟି ହେଉଛି ଫିଲ୍ମ ନିର୍ମାତା ଫିଲ୍ମ ପାଇଁ ଆଲିଆ ଭଟ୍ଟଙ୍କୁ ଆପ୍ରୋଚ କରିଛନ୍ତି । ଯଦି ଆଲିଆ ଏହି ଫିଲ୍ମ ପାଇଁ ହଁ କୁହନ୍ତି ତେବେ ଫିଲ୍ମରେ ସେ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବେ । କିଛି ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ସଲମାନଙ୍କ ସହିତ ଶାହରୁଖ କାନ ମଧ୍ୟ ନଜର ଆସିବେ ।

ଦ୍ୱିତୀୟଟି ହେଉଛି ସଂଜୟ ଲୀଲା ଭଂସାଲୀ ଏହି ଫିଲ୍ମ ପାଇଁ ଦୁଇଟି ନାଁକୁ ବାଛିଛନ୍ତି । ଗୋଟିଏ ହେଉଛି ‘ଦିଲ ଦେ ଦିୟା ଇଂଶାଅଲ୍ଲାହ’ ଏବଂ ‘ପ୍ୟାର ହୋ ଗୟା ଇଂଶାଅଲ୍ଲାହ’ । ଏହି ଦୁଅଟି ନାମକୁ ସଂଜୟ ରେଜିଷ୍ଟ୍ରେସନ କରାଇଛନ୍ତି । ସଂଜୟ ଏବେ ଫିଲ୍ମର ନାମକୁ ନେଇ ନିଜ ଟିମ ସହିତ ଆଲୋଚନା କରୁଛନ୍ତି । ତେବେ ଦେଖାଯାଉ ଫିଲ୍ମର ଲିଡ ଅଭିନେତା ସଲମାନ ଖାନ ଦୁଇଟି ମଧ୍ୟରୁ କେଉଁ ନାମକୁ ଫାଇନାଲ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More