Only for Entertainment

ଐଶ୍ୱରୀୟା: ସଂଜୟ ଲୀଲା ଭଂସାଲୀ ମୋ ସହିତ ପଦ୍ମାବତ କରିବାକୁ ଚାହୁଁଥିଲେ,କିନ୍ତୁ ଖିଲଜୀ ମିଳିଲେ ନାହିଁ ।

dnaindia.com
0 44

ଐଶ୍ୱରୀୟା ରୟ ବଚ୍ଚନ ଏବଂ ସଂଜୟ ଲୀଲା ଭଂସାଲୀ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ଠାରୁ ଆରମ୍ଭ କରି ଗୁଜାରିସ ଫିଲ୍ମ ପର୍ଯ୍ୟନ୍ତ ଅଧିକାଂଶ ଫିଲ୍ମରେ ଏକା ସାଙ୍ଗରେ କାମ କରିଛନ୍ତି । ଏହାପରେ ମଧ୍ୟ ଏକା ସାଙ୍ଗରେ ପୁଣିଥରେ କାମ କରିବା ପାଇଁ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଖବର ଅନୁସାରେ ସଂଜୟ ଲୀଲା ଭଂସାଲୀ ସଲମାନ ଖାନ ଏବଂ ଐଶ୍ୱରୀୟାଙ୍କୁ ନେଇ ‘ବାଜିରାଓ ମସ୍ତାନୀ’ ନିର୍ମାଣ କରିବାକୁ ଚାହୁଁଥିଲେ । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ତିକ୍ତ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା,ଏହି କାରଣରୁ ସଂଜୟ ପ୍ରିୟଙ୍କା ଚୋପ୍ରା,ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ସହିତ କାମ କରିଥିଲେ ।

ସ୍ପଟବଏର ରିପୋର୍ଟ ଅନୁସାରେ ଐଶ ପୁଣିଥରେ ସଂଜୟଙ୍କ ସହିତ କାମ କରିବେ ନା ନାହିଁ ପଚାରିବାରୁ ସେ ଭଂସାଲୀଙ୍କ ପ୍ରୋଜେକ୍ଟ ହଁ କରିବା ପୂର୍ବରୁ କହିଲେ ଆମ ଦୁଇଜଣଙ୍କୁ ଏକା ସାଙ୍ଗରେ ବାଜିରାଓ ମସ୍ତାନୀରେ ମଧ୍ୟ କାମ କରିବାକୁ ଅଫର ମିଳିଥିଲା । ସେ ମୋ ପାଇଁ ଖିଲଜୀ ପାଇଲେ ନାହିଁ । ସେ ମୋ ସହିତ ପଦ୍ମାବତ କରିବାକୁ ଚାହୁଁଥିଲେ । ତେଣୁ ଏହା ହୋଇପାରିଲା ନାହିଁ,କିନ୍ତୁ ମୁଁ ତାଙ୍କ ସହିତ କାମ କରିବାକୁ ଚାହିଁବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More