Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁରେ ଦୁଃଖୀ ନୁହଁନ୍ତି ସଂଜୟ କପୁର । ଟ୍ୱିଟରରେ ସେୟାର କଲେ ବିବାହ ଦିନର ଫଟୋ ।

bollywood tadka
0 92

ଶ୍ରୀଦେବୀଙ୍କ ମୃତ୍ୟୁରେ ସାରା ଦେଶ ଆଚମ୍ବିତ ହୋଇଯାଇଛି । ତାଙ୍କ ପରିବାର ଠାରୁ ଆରମ୍ଭ କରି କଳାକାର ଜଗତ ଏବଂ ପ୍ରଶଂସକ ମାନଙ୍କୁ ଗଭୀର ଦୁଃଖ ପହଂଚିଛି । ୩ ଦିନ ବିତି ଯାଇଥିଲେ ମଧ୍ୟ ଶ୍ରୀଦେବୀଙ୍କ ମର ଶରୀର ଭାରତରେ ପହଂଚି ପାରି ନାହିଁ । ଯାହା ସବୁଠାରୁ ଦୁଃଖ ଏବଂ ନିରାଶାଜନକ ଘଟଣା ପାଲଟିଛି । ଶ୍ରୀଦେବୀଙ୍କ ଘର ସାମ୍ନାରେ ପଡ଼ିଶା ଘର ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ଭିଡ଼ ଜମିଛି । ଏହି ସମୟରେ ଦିଅର ସଂଜୟ କପୁରଙ୍କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଖୁବ ଆଶ୍ଚର୍ଯ୍ୟଜନକ । ଏହି ଘଟଣା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହେବାକୁ ପଡ଼ିଛି ।

ବାସ୍ତବରେ ବଲିଉଡର ପ୍ରସିଦ୍ଧ ବ୍ୟକ୍ତି ମାନେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ତାଙ୍କ ଘରେ ପହଂଚିଛନ୍ତି । କିନ୍ତୁ ଏହି ସମୟରେ ସଂଜୟ କପୁର ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ କମଳା ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି । ତେବେ ଏହି ଫଟୋ ଦେଖି ଶ୍ରୀଦେବୀଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଖାଇଛନ୍ତି । ଜଣେ ୟୁଜର ଲେଖିଛନ୍ତିଯେ,ଆପଣଙ୍କ ମଧ୍ୟରେ ଭାବନା ନାହିଁ । ଏଥିପାଇଁ ବିଭିନ୍ନ କମେଂଟ ମଧ୍ୟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More