Only for Entertainment

‘ସଂଜୁ’ର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ସହଯୋଗୀ ନିର୍ଦ୍ଦେଶିକା ଲଗାଇଲେ ଆରୋପ ! ୬ ମାସରେ ଅନେକ ଥର କରିଛନ୍ତି ଯୌନ ଶୋଷଣ

The Indian Express
32

ରଣବୀର କପୁରଙ୍କ ସୁପରହିଟ ଫିଲ୍ମ ‘ସଂଜୁ’ର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ସେକ୍ସୁଆଲ ହାରାସମେଣ୍ଟର ଆରୋପ ଲାଗିଛି । ରାଜକୁମାର ହିରାନୀଙ୍କ ନାମରେ ଏହି ଆରୋପ ଆଣିଥିବା ମହିଳା ଜଣଙ୍କ ଆଉ କେହି ନୁହଁନ୍ତି ଖୋଦ ସଂଜୁ ଫିଲ୍ମର ସହ ନିର୍ଦ୍ଦେଶିକା । ମହିଳାଙ୍କ କହିବା ଅନୁସାରେ ମାର୍ଚ୍ଚରୁ ସିପ୍ଟେମ୍ବର ୨୦୧୮ ମଧ୍ୟରେ ରାଜକୁମାର ହିରାନୀ ତାଙ୍କୁ ଯୌନ ଶୋଷଣ କରିଛନ୍ତି । ଫିଲ୍ମର ସଂଜୁର ପୋଷ୍ଟ ପ୍ରଡକ୍ସନ ସମୟରେ ଏହି ଘଟଣା ଘଟିଥିଲା ବୋଲି ମହିଳା ଜଣଙ୍କ କହିଛନ୍ତି ।

ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ସଂଜୁର କୋ-ପ୍ରଡ୍ୟୁସର ବିଧୁ ବିନୋଦ ଚୋପ୍ରାଙ୍କୁ ଏହି ବିଷୟରେ ମେଲ କରି ସୂଚନା ଦେଇଥିଲେ । କେବଳ ଏତିକି ନୁହେଁ ସେ ବିଧୁଙ୍କ ପତ୍ନୀ, ସ୍କ୍ରିପ୍ଟ ରାଇଟର ଅଭିଜାତ ଜୋଶୀ, ବିଧୁଙ୍କ ଭଉଣୀ ଏବଂ ନିର୍ଦ୍ଦେଶକ ଶେଲୀ ଚୋପ୍ରାଙ୍କୁ ମଧ୍ୟ ମେଲ କରି ଜଣାଇଥିଲେ । ଅନ୍ୟ ପକ୍ଷରେ ରାଜକୁମାର ହିରନୀ ନିଜ ଓକିଲ ମାଧ୍ୟମରେ ମହିଳାଙ୍କ ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି ।

ଖବର ଅନୁସାରେ ମହିଳା ଜଣଙ୍କ କହିଛନ୍ତି ଯେ, ରାଜକୁମାର ହିରାନୀ ୯ ଏପ୍ରିଲ ୨୦୧୮ରେ ତାଙ୍କୁ ଅଭଦ୍ର କମେଣ୍ଟ କରିଥିଲେ । ଏହା ପରେ ତାଙ୍କ ଘରେ ଏବଂ ଅଫିସରେ ତାଙ୍କ ସହିତ ଜୋର ଜବରଦସ୍ତି କରିଥିଲେ । ସେତେବେଳେ ସେ ଚୁପ ରହିଥିଲେ କାରଣ ତାଙ୍କୁ ନିଜ ଚାକିରି ହରାଇବାର ଭୟ ଥିଲା ।

ରାଜକୁମାର ହିରାନୀଙ୍କ ପତ୍ନୂ କହିଛନ୍ତି ଯେ, ମୋତେ ମେଲ୍ ଆସିଥିଲା । ସେ ମହିଳାଙ୍କ ସହିତ ସାକ୍ଷାତ ମଧ୍ୟ କରିଥିଲେ । ଏବଂ ସେ ପିଡିତାଙ୍କୁ କହିଥିଲେ ଯେ ଏଥିପାଇଁ ସେ ଆଇନର ସହାୟତା ନିଅନ୍ତୁ । ସେହିପରି ସଂଜୁର ସ୍କ୍ରିପ୍ଟ ରାଇଟର କହିଛନ୍ତି ଆଇନ ହିସାବରେ ଯାହା ଠିକ ରହିତା ତାହାକୁ ସେ ସମର୍ଥନ କରିବେ ।

କହିରଖୁଛୁ ଯେ, ବଲିଉଡରେ କିଛି ଦିନରୁ ଅନେକ ସେଲିବ୍ରିଟିଙ୍କ ଉପରେ ମିଠୁ ଜରିଆରେ ଆରୋପ ଲାଗିଛି । ପ୍ରଥମେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ବିପକ୍ଷରେ ଅଭିଯୋଗ ଆଣିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More