Only for Entertainment

ପ୍ରଥମ ଦିନରେ ଇତିହାସ ରଚିଲେ ସଂଜୁ,ଭାଙ୍ଗିଲେ ସଲମାନଙ୍କ ରେସ ଥ୍ରିର ରେକର୍ଡ଼ ।

youtube
0 49

ଫିଲ୍ମ ସଂଜୁ ବକ୍ସ ଅଫିସରେ ଧମାକାଦାର ଏଂଟ୍ରି କରିସାରିଛି । ଆଡଭାନ୍ସ ବୁକିଂ ଏବଂ ହାଉସଫୁଲ ଥିଏଟର୍ସରୁ ଏହି କଥାର ଅନ୍ଦାଜ ଲଗା ଯାଇଥିଲାଯେ ଏହି ଫିଲ୍ମ ବର୍ଷର ସବୁଠାରୁ ବଡ଼ ଓପନର ଭାବେ ପ୍ରମାଣିତ ହେବ । କ୍ରିଟିକ୍ସ ଆକଳନକୁ ମଧ୍ୟ ପଛରେ ପକାଇ ଦେଇଛି ସଂଜୁ ବାବାଙ୍କ ବାୟୋପିକ ।

ଅମୀର ଖାନଙ୍କ ଠାରୁ ଆରମ୍ଭ କରି ସବାନା ଆଜମୀଙ୍କ ପର୍ଯ୍ୟନ୍ତ ଫିଲ୍ମର କୌଣସି ଆକ୍ଟରଙ୍କ ପ୍ରଶଂସା କରି କରି ଥକୁ ନାହାଁନ୍ତି । ସବୁଠାରୁ ପଜିଟିଭ କଥା ଶୁଣିବା ପରେ ଟ୍ରେଡ ଆନାଲିଷ୍ଟ ଅନୁମାନ କରୁଥିଲେଯେ ଫିଲ୍ମ ପ୍ରଥମ ଦିନରେ ୨୭ରୁ ୩୦ କୋଟି ରୋଜଗାର କରିବ । କିନ୍ତୁ ଫିଲ୍ମ ପ୍ରଥମ ଦିନ ୩୪ କୋଟି ୭୫ ଲକ୍ଷ ରୋଜଗାର କରି ସଲମାନଙ୍କ ରେସ ଥ୍ରିର ରେକର୍ଡ଼ ଭାଙ୍ଗିଛି ।

ରେସ ଥ୍ରି ପ୍ରଥମ ଦିନରେ ୨୯ କୋଟି ୧୭ ଲକ୍ଷ ରୋଜଗାର କରିଥିଲା । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଜଣାଇଛନ୍ତିଯେ ନା କୌଣସି ପର୍ବ ନା ଛୁଟି ତଥାପି ଫିଲ୍ମ ୨୦୧୮ର ସବୁଠାରୁ ବଡ଼ ଓପନର ଭାବେ ପ୍ରମାଣିତ ହୋଇଛି ।
ଏହା ସହିତ ସେ ଲେଖିଛନ୍ତିଯେ ଏହି ଫିଲ୍ମ ରଣବୀରଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ଯିଏ ରେକର୍ଡ଼ କରିଛି । ଫିଲ୍ମର ରେକର୍ଡ଼ ଦେଖି ଜଣାପଡ଼ୁଛି ଫିଲ୍ମ ୩ ଦିନରେ ୧୦୦ କୋଟି କ୍ଲବରେ ପହଂଚିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More