Only for Entertainment

ରିଲିଜ ହେଲା ଫିଲ୍ମ ‘ସଞ୍ଜୁ’ର ଆଉ ଏକ ନୂଆ ପୋଷ୍ଟର, ସାମ୍ନାକୁ ଆସିଲା ସଞ୍ଜୟଙ୍କ ଖଳନାୟକ ଲୁକ

Times of India
0 40

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଏକ ନୂଆ ପୋଷ୍ଟର ଆଜି ରିଲିଜ କରାଯାଇଛି । ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ହିରାନୀ ଟୁଇଟ କରି ପୋଷ୍ଟର ରିଲିଜ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ସଂଜୟଙ୍କ ଭୂମିକାରେ ରଣବୀରଙ୍କର ନୂଆ ନୂଆ ପୋଷ୍ଟର ପ୍ରତ୍ୟେକ ଦିନ ଫାନ୍ସଙ୍କ ପାଇଁ ରିଲିଜ କରାଯିବ । ଆଶା କରୁଛି ଏକା ଆପଣଙ୍କୁ ପସନ୍ଦ ଆସିବ ।


ଏହା ସହିତ ‘ସଞ୍ଜୁ’ର ପୋଷ୍ଟର ସେୟାର କରି ସେ କହିଛନ୍ତି ସଞ୍ଜୟଙ୍କ ଭୂମିକାରେ ରଣବୀର ! ଯେତେବେଳେ ସେ ୨୦୧୬ରେ ଜେଲରୁ ଫେରିଲେ । ତାଙ୍କର ପୁରା କାହାଣୀ ଦେଖନ୍ତୁ ଜୁନ ୨୯ରେ ।

କହିରଖୁଛୁ ଯେ ନିର୍ଦ୍ଦେଶକ ରାଜ କୁମାର ହୀରାନୀଙ୍କ ଏହି ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ଫିଲ୍ମର ଟ୍ରିଜର ରିଲିଜ ହୋଇଥିଲା । ଯେଉଁଥିରେ ସଂଜୟଙ୍କ ୟଙ୍ଗ ବୟ ଅନ୍ଦାଜ ଠାରୁ ଆରମ୍ଭ କରି ଜେଲ ଯିବା ପର୍ଯ୍ୟନ୍ତ ସମସ୍ତ ଲୁକ ଦେଖବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More