Only for Entertainment

ସଂଜୁ’ରେ ସଂଜୟ ଦତ୍ତଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ଦିୟା ମିର୍ଜା, ଏହାର ପୋଷ୍ଟର ହେଲା ରିଲିଜ ।

0 51

ରାଜକୁମାର ହୀରାନି ଗୁରୁବାର ଟ୍ୱିଟରରେ ଫିଲ୍ମ ସଂଜୁର ଏକ ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ଦିୟା ମିର୍ଜା ନଜର ଆସିଛନ୍ତି । ଦିୟା ମିର୍ଜା ନଜର ଆସିବେ ସଂଜୁଙ୍କ ପନô୍ୀ ମାନ୍ୟତା ଭୂମିକାରେ । ଏହି ପୋଷ୍ଟର ରିଲିଜ କରିଛନ୍ତି ନିର୍ଦ୍ଦେଶକ । ଯିଏ ଅଭିନେତାଙ୍କ କଠିନ ସମୟରେ ତାଙ୍କ ସହ ଛିଡା ହୋଇଥିଲେ । ରାଜକୁମାର ହୀରାନି ସଂଜୁର ବିଭିନ୍ନ ପୋଷ୍ଟର ଜରିଆରେ କଳାକାରମାନଙ୍କର ପରିଚୟ ଦେଉଛନ୍ତି । ଯାହା ଦେଖିଲା ପରେ ଫ୍ୟାନ ମାନେ ଏହି ଫିଲ୍ମକୁ ପରଦାରେ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି ।

ରାଜକୁମାର ହୀରାନିଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଥିବା ଏହି ବାୟୋପିକରେ ରଣବୀର ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସୁଛନ୍ତି । ବିଧୁ ବିନୋଦ ଚୋପ୍ରା ଏବଂ ରାଜକୁମାର ହୀରାନିଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ୨୯ଜୁନ ୨୦୧୮ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More