Only for Entertainment

ରିଲିଜ ହେଲା ଫିଲ୍ମ ‘ସଞ୍ଜୁ’ର ଟ୍ରେଲର, ରଣବୀରଙ୍କୁ ଦେଖି ସଂଜୟ ଦତ୍ତ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

zee news
0 45

ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଟ୍ରେଲରେ ସଂଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର ସିଂଙ୍କୁ ଚିହିଁବା ମଧ୍ୟ କଷ୍ଟକର ହୋଇଯାଇଛି । ଟ୍ରେଲରକୁ ଦେଖିଲେ ଲାଗୁଛି ଏହା କୌଣସି ଫିଲ୍ମର ଟ୍ରେଲର ନୁହେଁ ବରଂ ସଂଜୟ ଦତ୍ତଙ୍କ ରିୟଲ ଲାଇଫ ।

ଦେଖନ୍ତୁ ଭିଡିଓ

ସୂଚନା ଅନୁସାରେ ଟ୍ରେଲର ରିଲିଜ ହେବାରବୁ କିଛି ମିନିଟ ମଧ୍ୟରେ ଏହାକୁ ୩୦ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀରଙ୍କ ବ୍ୟତିତ ପରେଶ ରାୱଲ, ଦିୟା ମିର୍ଜା, ସୋନମ କପୁର, ଅନୁଷ୍କା ଶର୍ମା ମଧ୍ୟ ନଜର ଆସିବେ । ଫିଲ୍ମ ଜୁନ ୨୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More