Only for Entertainment

ମାଧୁରୀ ଦିକ୍ଷୀତଙ୍କ ସୁପରହିଟ ଗୀତ ‘ହମକୋ ଆଜକଲ ହେ…’କୁ ରିକ୍ରିଏଟ କଲେ ସାନ୍ୟା ମଲହୋତ୍ରା, ଭିଡିଓ ଭାଇରାଲ

patrika
31

‘ଦଙ୍ଗଲ’ ଗର୍ଲ ସାନ୍ୟା ମଲହୋତ୍ରା ଏବେ ବିଦ୍ୟା ବାଲାନଙ୍କ ଫିଲ୍ମ ଶକୁନ୍ତଳା ଦେବୀର ପ୍ରସ୍ତୁତିରେ ବ୍ୟସ୍ତ । ଏହି ଫିଲ୍ମରେ ସେ ଶକୁନ୍ତଳା ଦେବୀଙ୍କ ଝିଅ ଭୂମିକାରେ ନଜର ଆସିବେ । ଫିଲ୍ମର ଏକ ଲୁକ ସାନ୍ୟା ନିକଟରେ ସେୟାର କରିଥିଲେ । ଏହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଏବେ ସାନ୍ୟା ଆଉ ଏକ କାରଣ ପାଇଁ ସୋସିଆଲ ମିଡିଆରେ ଛାଇ ରହିଛନ୍ତି । ତାହା ହେଉଛି ସାନ୍ୟାଙ୍କ ଡ୍ୟାନ୍ସ ମୁଭସ ।

ନିକଟରେ ସାନ୍ୟା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ମାଧୁରୀ ଦିକ୍ଷୀତଙ୍କ ଫିଲ୍ମ ‘ସୈଲାବ’ର ସୁପରହିଟ ସଙ୍ଗ ‘ହମକୋ ହେ ଆଜକଲ ଇନ୍ତିଜାର… ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସାନ୍ୟା ରିକ୍ରିଏଟ କରିଥିବା ଏହି ଗୀତରେ ମାଧୁରୀଙ୍କ ପରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More