Only for Entertainment

ବାନ୍ଧବୀଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ ମହିଳା, ବରକୁ ହେଖି ଉଡିଗଲା ହୋସ ।

you tube
0 56

ବିବାହରେ ଉତ୍ସବରେ ଯୋଗ ଦେବାକୁ ସମସ୍ତଙ୍କ ପସନ୍ଦ ଖାସ କରି ନିଜ ବନ୍ଧୁମାନଙ୍କର ବିବାହ ଉତ୍ସବରେ ସାମିଲ ହେବାକୁ ସମସ୍ତଙ୍କ ମନରେ ଥାଏ ବେଶ ଉକ୍ରଣ୍ଠା । ମଉଜ,ମଜଲିସ ସହ ନାଚ ଗୀତରେ ସମସ୍ତେ ସମୟ କାଟିଥାନ୍ତି । ଏହା ସହିତ ବିବାହ ଉତ୍ସବରେ ପୁରୁଣା ବନ୍ଧୁମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ପରି ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ଜଣେ ମହିଳା । ଆଉ ବିବାହ ବେଦୀରେ ବରକୁ ଦେଖି ହୋସ ଉଡିଯାଇଥିଲା ତାଙ୍କର ।

ସାଉଦି ଆରବରରେ ରହୁଥିବା ଜଣେ ମହିଳା ନିଜ ବାନ୍ଧବୀଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ବେଶ ଉତ୍ସାହିତ ଥିଲେ । ବାହାଘରରେ ନିଜର ଅନ୍ୟ ସାଙ୍ଗସାଥିଙ୍କ ସହ ପହଞ୍ଚିଥିଲେ । ଆଉ ବେଦୀରେ ଯେତେବେଳେ ସେ ବାନ୍ଧବୀଙ୍କ ସ୍ୱାମୀଙ୍କୁ ଦେଖିଲେ ସେତେବେଳେ ତାଙ୍କର ରଙ୍ଗ ଫିକା ପଡିଯାଇଥିଲା । ବାନ୍ଧବୀଙ୍କୁ ବିବାହ କରୁଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହେଁ ବରଂ ଉକ୍ତ ମହିଳାଙ୍କ ସ୍ୱାମୀ ଥିଲେ ।

ତୁରନ୍ତ ପ୍ରକୃତ ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ମହିଳା ଜଣଙ୍କ ନିଜର ଅନ୍ୟ ବନ୍ଧୁମାନଙ୍କୁ ଅବଗତ କରାଇଥିଲେ । ପରେ ଉତ୍ସବରେ ଉପସ୍ଥିତ ଅନ୍ୟ ବ୍ୟକ୍ତିଙ୍କ ଆଗରେ ସତ ଘଟଣା ବଖାଣିଥିଲେ । ତେବେ ସାଉଦି ଆରବରେ ଏପରି ଘଟଣା ଦେଖାଯିବା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More