Only for Entertainment

କାର ଦୁର୍ଘଟଣାର ଶୀକାର ହେଲେ ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ

42

ହରିୟାଣାର ପ୍ରସିଦ୍ଧ ସିଙ୍ଗର ଓ ଡ୍ୟାନ୍ସର ସପ୍ନା ଚୌଧରୀଙ୍କ କାର ଦୁର୍ଘଟଣା ହୋଇଛି । ଅବଶ୍ୟ ଏହି ଦୁର୍ଘଟଣାରେ କୌଣସି ଆଘାତ ପହଂଚିନାହିଁ । ତାଙ୍କର ଏହି ଦୁର୍ଘଟଣା ଗୁରୁଗ୍ରାମରେ ହୋଇଛି । ଖବର ଅନୁସାରେ ସପ୍ନାଙ୍କ ଗାଡ଼ିକୁ ପଛରୁ ଏକ କାର ପିଟିଦେବା ଦ୍ୱାରା ଏଭଳି ଦୁର୍ଘଟଣା ଘଟିଛି । ଏହି ଘଟଣା ଗୁରୁବାର ରାତିର ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସପ୍ନା ଚୌଧରୀ ଗତ କିଛି ଦିନ ହେବ ବିବାହ ଏବଂ ପାର୍ଟରେ ପର୍ଫମାନ୍ସ ଦେଉଥିଲେ । ବିଜେପି ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ପର୍ଫମ କରୁଥିବା ସମୟରେ ସପ୍ନାଙ୍କୁ ଦେଖିବା ପାଇଁ ଭିଡ଼ ବେକାବୁ ହୋଇ ଯାଇଥିଲା ।

କହିରଖୁଛୁ କାର ଦୁର୍ଘଟଣାରେ ସପ୍ନାଙ୍କ ଗାଡ଼ିର ପଛଭାଗ ଖୁବ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିରୁ ଜଣାପଡ଼ୁଛି ଦୁଇ କାର ମଧ୍ୟରେ ଖୁବ ବଡ଼ ଧରଣର ଦୁର୍ଘଟଣା ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More