Only for Entertainment

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ହରିୟାଣା ଡାନ୍ସର ସପନା ଚୌଧୁରୀ, ଏହି ଅଭିନେତାଙ୍କ ସହ ଶେୟାର କରିବେ ସ୍କ୍ରିନ !

khabar india tv
0 33

ନିଜ ଠୁମକା ଏବଂ ଝଟକାରେ ଲକ୍ଷ ଲକ୍ଷ ଲୋକଙ୍କୁ ଦିୱାନା କରାଉଥିବା ହରିୟାଣା ଡାନ୍ସର ସପନା ଚୌଧୂରୀ ଏବେ ବଲିଉଡ ଫିଲ୍ମ କରୁଥିବା ନଜର ଆସିବେ । ସପନା ଚୌଧୁରୀ ଡେବ୍ୟୁ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲେଣି ଏବଂ ନିଜର ପ୍ରଥମ ଫିଲ୍ମ ମଧ୍ୟ ସାଇନ କରିସାରିଲେଣି ।

ଫିଲ୍ମ ସାଇନ କରିଥିବା ସପନା ନିଜେ ଅଫିସିଆଲ ଅକାଉଂଟରେ ଶେୟାର କରିଛନ୍ତି । ସପନା ଚୌଧୁରୀ ତାଙ୍କର ଏକ ଫଟୋ ଶେୟାର କରି ଲେଖିଛନ୍ତି – ଦୋସ୍ତି କେ ସାଉଡ ଇଫେକ୍ଟ…. ! ଫଟୋରେ ଏକ ସୁଟରେ ନଜର ଆସିଛନ୍ତି ।

 

View this post on Instagram

 

dosti ke side effects …….! outfit @sitara_by_kim_joshi

A post shared by Sapna Choudhary (@itssapnachoudhary) on

ସଲମାନ ଖାନଙ୍କ ବିବାଦୀୟ ଶୋ’ ବିଗବସ୧୧ରେ ଭାଗ ନେଇଥିଲେ ସପନା ଏବଂ ଫିଲ୍ମରେ ଆଇଟମ ସଙ୍ଗ କରିଥିଲେ । କିନ୍ତୁ ଏବେ ପ୍ରଥମ ଥର ପାଇଁ ହିନ୍ଦୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ବିକ୍ରାନ୍ତ ଆନନ୍ଦ ତାଙ୍କ ସହ ନଜର ଆସିବେ । ସେହିଭଳି କସୌଟି ଜିନ୍ଦେଗୀ କି ‘ ଶୋ’ର ଜୁବେର ଖାନ ଏବଂ ଅଂଜୁ ଜାଦବ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସପନା ଚୌଧୁରୀ ଏଭଳି ଜଣେ କଳାକାର ଅଟନ୍ତି ଯାହାଙ୍କର ଅନେକ ଦିୱାନା ରହିଛନ୍ତି ଏବଂ ତାଙ୍କ କାର୍ଯ୍ୟକ୍ରମ ଦେଖିବାକୁ ଉତ୍ସାହର ସହ ଚାହିଁ ଥାଆନ୍ତି । ସପନା ନିଜ ଗୀତ ଭିଡିଓ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More