ହରିଆଣାର ଡ୍ୟାନ୍ସର ତଥା ବିଗ ବସ-୧୧ ଫେମ ସପ୍ନା ଚୌଧରୀ ଏବେ ନିଜର ମେକଓଭରକୁ ନେଇ ଖୁବ ଚର୍ଚ୍ଚାରେ । ସପ୍ନାଙ୍କର ଭିଡିଓ ହେଉ ବା ଫଟୋ ଇଣ୍ଟରନେଟକୁ ଆସିବା ମାତ୍ରେ ତାହା ଭାଇରାଲ ହୋଇଯାଇଥାଏ । ନିକଟରେ ସପ୍ନା ଏକ ଫିଟନେସ ଇଭେଣ୍ଟରେ ପହଁଚିଥିଲେ । ଏହି ଇଭେଣ୍ଟରେ ସପ୍ନାଙ୍କୁ ପ୍ରଥମ ଥର ପାଇଁ ର୍ୟାମ୍ପରେ ଚାଲିଥିଲେ ।
ହ୍ୱାଇଟ ପର୍ପଲ କଲର ଲେହେଙ୍ଗା ଚୋଲିରେ ନଜର ଆସିଥିଲେ । ଏହି ଇଭେଣ୍ଟର କିଛି ଫଟୋ ଏବଂ ଭିଡିଓ ସପ୍ନା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ତାଙ୍କର ଏହି ଅନ୍ଦାଜକୁ ଫ୍ୟାନମାନଙ୍କୁ ଖୁବ ପସନ୍ଦ ଆସିଛି । ସପ୍ନା ଏହି ଇଭେଣ୍ଟକୁ ଖୁବ ଉପଭୋଗ ମଧ୍ୟ କରିଥିଲେ । ସପ୍ନା ଏହି ଫଟୋକୁ ଏବେ ଲକ୍ଷରରୁ ଅଧିକ ଲାଇକ ମିଳିସାରିଛି ।
ସପ୍ନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ବଲିଉଡ ଫିଲ୍ମ ‘ନାନୁ କି ଜାନୁ’ ଏବଂ ‘ବୀରେ ଦି ୱେଡିଂ’ରେ ସ୍ପେଶାଲ ନମ୍ବରରେ ନଜର ଆସିଥିଲେ । ଖୁବ ଶୀଘ୍ର ସେ ବଲିଉଡ ଫିଲ୍ମ ‘ଦୋସ୍ତି କେ ସାଇଡ ଇଫେକ୍ଟ’ରେ ନଜର ଆସିବେ । ଏହି ଫିଲ୍ମରେ ସପ୍ନାଙ୍କ ବ୍ୟତିତ ବିକ୍ରାନ୍ତ ଆନନ୍ଦ, ଜୁବେର ଖାନ ଏବଂ ଅଭିନେତ୍ରୀ ଅଂଜୁ ଜାଧବ ମଧ୍ୟ ନଜର ଆସିବେ । ଫିଲ୍ମକୁ ଜୋୟାଲ ଡେନିୟଲ ପ୍ରଡ୍ୟୁସ କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ହାଦୀ ଅଲୀ ।