ସୋସିଆଲ ମିଡିଆରେ ଭାଇରାଲ ହେଲା ସପନାଙ୍କ ଟୁକୁରୁ ଟୁକୁର ଦେଖତେ ହୋ’ ଭିଡିଓ !
ସପ୍ନା ଚୌଧରୀ ହରିୟାଣାର ଏକ ଜଣାଶୁଣା ଚେହେରା । ବିଗବସରେ ପ୍ରତିଯୋଗୀ ହୋଇ ଆସିବା ପରେ ସାରା ଦେଶରେ ସେ ପରିଚିତ ହୋଇଥିଲେ । ଭୋଜପୁରୀ ଠାରୁ ଆରମ୍ଭ କରି ପଂଜାବୀ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ଏବେ ସପ୍ନାଙ୍କୁ ଜାଣନ୍ତି । ଲୋକପ୍ରିୟତା ବଢିଯିବା ପରେ ସପ୍ନାଙ୍କର ଯେକୌଣସି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଉଛି । ଏବେ ସପ୍ନାଙ୍କର ଏକ ଗୀତକୁ ଖୁବ ପସନ୍ଦ କରାଯାଉଛି ।
View this post on Instagram
New #tiktok video ?? @itssapnachoudhary @karan.mirza #sapnachoudhary #sapnachaudhary
ସପନା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ୨ଟି ଭିଡ଼ିଓ ଅପ୍ଲୋଡ଼ କରିଥିବା ବେଳେ ଏହାକୁ ଖୁବ୍ ପ୍ରଶଂସା ମଧ୍ୟ ମିଳୁଛି। ଗୋଟିଏ ଭିଡ଼ିଓରେ ସେ ଏକ ପଞ୍ଜାବୀ ଗୀତରେ ବେଶ୍ ଠୁମକା ଲଗାଉଛନ୍ତି। ଅନ୍ୟ ଏକ ଭିଡ଼ିଓରେ ସେ ‘ଟୁକୁର୍ ଟୁକୁର୍ ଦେଖତେ ହୋ କ୍ୟା’ ଗୀତରେ ଦେଇଥିବା ଚାହାଣୀକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ସପନାଙ୍କ ଫ୍ୟାନ୍ମାନେ ଏହାକୁ ଖୁବ୍ ଲାଇକ୍ କରୁଛନ୍ତି।
View this post on Instagram
New #tiktok video ?? @itssapnachoudhary @karan.mirza #sapnachoudhary #sapnachaudhary
ହରିୟାନାର ଝିଅ ସପନା ପୂର୍ବରୁ ପଞ୍ଜାବୀ, ହରିୟାନା, ଭୋଜପୁରୀ ଫିଲ୍ମ କାମ କରି ନିଜ ସ୍ଥାନ ଜମାଇ ସାରିଲେଣି। ସେ ଜଣେ ଭଲ ସିଙ୍ଗର ଓ ଡ୍ୟାନ୍ସର ମଧ୍ୟ। ବଲିଉଡ଼ରେ ମଧ୍ୟ ସେ ‘ଦୋସ୍ତି କେ ସାଇଡ଼ ଇଫେକ୍ଟସ୍’ ଜରିଆରେ ଏଣ୍ଟ୍ରି ମାରି ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି। କିନ୍ତୁ ‘ବିଗ୍ ବସ୍’ ରେ ଏଣ୍ଟ୍ରି କରିବା ପରେ ସପନାଙ୍କ ଲୋକପ୍ରିୟତା ଖୁବ୍ ବଢି ଯାଇଛି।