Only for Entertainment

ବିଜେପିରେ ସାମିଲ ହେଲେ ସପନା ଚୌଧୁରୀ

google
29

ନିଜର ବୋଲଡ ଓ ବିନ୍ଦାସ ଅନ୍ଦାଜ ପାଇଁ ପରିଚିତ କଣ୍ଠଶିଳ୍ପୀ-ନୃତ୍ୟଶିଳ୍ପୀ ସପନା ଚୌଧୁରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀର ଜବାହାରଲାଲ ଷ୍ଟାଡିୟମରେ ଅନୁଷ୍ଠିତ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ସେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । କୁହାଯାଉଛି ଆଗାମୀ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ଟିକଟ ମିଳିପାରେ।

ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସପନା ନୃତ୍ୟ ଓ ଗୀତରୁ ନେଇ ରାଜନୀତି ଯାତ୍ରା ସେତେ ସହଜ ନଥିଲା ।  ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ସପନା ଆଜି ଦେଶର ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମାତ୍ର ୧୨ ବର୍ଷ ବୟସରେ ଏହାକୁ ନିଜ ପେସା କରିଥିବା ସପନାଙ୍କର ଏବେ ଦେଶର ବିଭିନ୍ନ କୋଣରେ ପ୍ରଶଂସକ ରହିଛନ୍ତି ।

୨୦୧୮ ମସିହାରେ ଗୁଗୁଲର ସବୁଠାରୁ ଅଧିକ ଖୋଜାଯାଇଥିବା ବ୍ୟକ୍ତି ତାଲିକାରେ ସପନା ତୃତୀୟ ସ୍ଥାନରେ ଥିଲେ ।  ଉତ୍ତର ଭାରତର ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ତାଙ୍କର କୋଟି କୋଟି ଫ୍ୟାନ ରହିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା କିନ୍ତୁ ଏହି ଖବରକୁ ସେ ଖଣ୍ଡନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More