Only for Entertainment

ହରିୟାଣାର ପ୍ରସିଦ୍ଧ ଡ୍ୟାନସର ହେଲେ ବୋହୂ ।

patrika
0 56

ବିଗବସ୧୧ରେ ଯୋଗ ଦେଇଥିବା ସପନା ହରିୟାଣାର ଜଣେ ପ୍ରସିଦ୍ଧ ଡ୍ୟାନସର ଅଟନ୍ତି । ସପନାଙ୍କୁ ବର୍ତ୍ତମାନ ୨୭ବର୍ଷ ହୋଇଥିବା ବେଳେ ସପନା ବିବାହ କରିଥିବା ଏବଂ ଏହାପରେ ଗୃହ ପ୍ରବେଶ କରୁଥିବା ଫଟୋ ସୋସିଆଲ ମିଡିଆରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଏହି ଘଟଣା ପଛରେ ଅଲଗା କିଛି ରହସ୍ୟ ରହିଛି ।

sapna-chaudhary

ଆଜ୍ଞା ହଁ ସପନା ଚୌଧୂରୀଙ୍କର ଏକ ନୂଆ ଗୀତ ରିଲିଜ ହୋଇଛି । ଯାହାକି ୟୁଟ୍ୟୁବରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଗୀତ ୧୬ଫେବୃଆରୀରେ ୟୁଟ୍ୟୁବରେ ଆସିଥିଲା । ଏହା ଆସିବା ମାତ୍ରେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ୧୬ଲକ୍ଷରୁ ବି ଅଧିକ ଲୋକ ପସନ୍ଦ କରିଥିଲେ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସପନାଙ୍କୁ ଖୁବ କମ ଲୋକ ଜାଣିଥିଲେ, ମାତ୍ର ବିଗବସରେ ଯୋଗ ଦେବା ପରେ ଏବେ ତାଙ୍କୁ ପୂରା ଦେଶ ଜାଣିବାକୁ ଲାଗିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More