ବିଗବସ ପୂର୍ବ ପ୍ରତିଯୋଗୀ ସପ୍ନା ଚୌଧରୀ ଏବେ ଭୋଜପୁରୀ ଗୀତରେ ଜଲୱା ଦେଖାଇ ପ୍ରଶଂସକଙ୍କ ଭଲପାଇବା ସାଉଁଟୁଛନ୍ତି । ନିକଟରେ ହରିୟାଣୀ ଡ୍ୟାନ୍ସର ଓ ସିଙ୍ଗର ସପ୍ନାଙ୍କର ଭୋଜପୁରୀରେ ଏକ ଗୀତ ସାମ୍ନାକୁ ଆସିଛି । ଦର୍ଶକ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଭୋଜପୁରୀ ଫିଲ୍ମ ବଇରୀ ପିୟା ଟୁ ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି । ଏଥିରେ ଭୋଜପୁରୀ ଆକ୍ଟର ରବି କିଶନ ମଧ୍ୟ ନଜର ଆସିବେ ।
ଏହି ଭୋଜପୁରୀ ଫିଲ୍ମ ଖରାପ ଶକ୍ତି ଏବଂ ତନ୍ତ୍ର ଓ ମନ୍ତ୍ର ଉପରେ ଆଧାରିତ । ଏହି ଫିଲ୍ମର ଏକ ଗୀତ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସପ୍ନା ଚୌଧରୀ ନଜର ଆସିଛନ୍ତି । ରିଲିଜ ହେବାର ଖୁବ କମ ସମୟ ହୋଇଥିଲେ ମଧ୍ୟ ଗୀତକୁ ଏକ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି ।