ପିତା ସୈଫ ଅଲ୍ଲୀ ଖାନଙ୍କ ସାମ୍ନାରେ ସାରା ଅଲ୍ଲୀ ଖାନଙ୍କ ଖୁଲାସା, ଏହି ବଲିଉଡ ଆକ୍ଟରଙ୍କୁ କରିବାକୁ ଚାହାଁନ୍ତି ବିବାହ ।
ସୈଫ ଅଲ୍ଲୀ ଖାନ ଙ୍କ ଝିଅ ସାରା ଅଲ୍ଲୀ ଖାନ ନିଜର ଆଗାମୀ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂ ରାଜପୁତଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ନିକଟରେ ସାରା ପିତା ସୈଫ ଅଲ୍ଲୀ ଖାନଙ୍କ ସହିତ ଚର୍ଚ୍ଚିତ ଶୋ ‘କଫି ୱିଥ କରଣ-୬’ର ସୁଟିଂ ଶେଷ କରିଛନ୍ତି । ଏହି ଏପିସୋଡ ଖୁବ ଶୀଘ୍ର ପ୍ରସାରଣ କରାଯିବ ।
ଏହି ଏପିସୋଡର ପ୍ରମୋ ଭିଡିଓକୁ ଏବେ ରିଲିଜ କରାଯାଇଛି । ଭିଡିଓରେ କରଣ ସୈଫ ଅଲ୍ଲୀ ଖାନଙ୍କୁ ପଚାରୁଛନ୍ତି ସେ ସାରାଙ୍କ ବୟଫ୍ରେଣ୍ଡଙ୍କୁ କେଉଁ ପ୍ରଶ୍ନ ପଚାରିବାକୁ ଚାହାଁନ୍ତି । ଏହାର ଉତ୍ତରରେ ସୈଫ କହିଥିଲେ ସେ ପଲିଟିକାଲ ଭ୍ୟୁଜ ଏବଂ ଡ୍ରଗ୍ସ ବିଷୟରେ ପଚାରିବେ । ଏହାପରେ କରଣ କହିଥିଲେ ଆପଣ ମନି ବଷୟରେ ମଧ୍ୟ ପଚାରିପାରିବେ । ଏହାପରେ ସାରା କହୁଛନ୍ତି ସେ ରଣବୀର ସିଂଙ୍କୁ ବିବାହ କରିବାକୁ ଚାହାଁନ୍ତି କିନ୍ତୁ ସେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ କରିବାକୁ ପସନ୍ଦ କରିବେ ।
#SaifAliKhan breaking #DadStereotypes in style. #KoffeeWithKaran #KoffeeWithSaif #KoffeeWithSara pic.twitter.com/nFU84C0Q0U
— Star World (@StarWorldIndia) November 11, 2018
ଏହି ସମୟରେ ସୈଫ ସାଙ୍ଗେ ସାଙ୍ଗେ କୁହଁନ୍ତି ଯଦି ତୁମ ପାଖରେ ପଇସା ଅଛି ତେବେ ତୁମେ ସାରାଙ୍କୁ ନେଇ ପାରିବ । ଏହାକୁ ନେଇ ସାରା କୁହନ୍ତି ଆପଣଙ୍କୁ ଏସବୁ କହିବା ବନ୍ଦ କରିବାକୁ ହେବ । ଏହା ଭୁଲ ଅଟେ ।
ସାରାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମର ଟିଜର ଲୋକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଫିଲ୍ମକୁ ନେଇ ଅନେକ ବିବାହ ମଧ୍ୟ ଦେଖାଦେଇଛି । ଫିଲ୍ମର ଟ୍ରେଲର ଆଜି ସିଲିଜ ହେବ ଯାହାକୁ ନେଇ ସାରାଙ୍କ ଫ୍ୟାନ୍ସ ଖୁବ ଉତ୍ସାହିତ ଅଛନ୍ତି ।