Only for Entertainment

ନୂଆ ଲୁକ୍ସରେ ନଜର ଆସିଲେ ସାରା ଅଲ୍ଲୀ ଖାନ, ବଦଳାଇଲେ ହେୟାର ଷ୍ଟାଇଲ ଏବଂ କଲର

nari
35

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ଖୁବ ଚର୍ଚ୍ଚାରେ । କେବେ ନିଜର ପର୍ସନାଲ ଲାଇଫକୁ ନେଇ ତ କେବେ ନିଜର ଲ୍ୟାଟେଷ୍ଟ ଲୁକକୁ ନେଇ ସବୁବେଳେ ଖବରରେ ରହୁଛନ୍ତି ସାରା । ଏହି କାରଣ ପାଇଁ ପାପାରାଜୀ ତାଙ୍କର ପ୍ରତ୍ୟେକ ମୁଭମେଣ୍ଟ ଉପରେ ନଜର ରଖିଥାନ୍ତି । ନିକଟରେ ସାରା ଅଲ୍ଲୀ ଖାନ ମା’ ଅମୃତା ସିଂଙ୍କ ସହିତ ସେଲୁନ ବାହାରେ ସ୍ପଷ୍ଟ ହୋଇଥିଲେ । ଏହି ଫଟୋରେ ସାରା କେବଳ ହଟ ଅନ୍ଦାଜରେ ନୁହେଁ ବରଂ ନ୍ୟୁ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି ।

sara

ସେଲୁନ ବାହାରେ ସାରା ବ୍ରାଉନ ସର୍ଟ ଡ୍ରେସରେ ନଜର ଆସିଥିଲେ । ଏହା ସହିତ ସାରାଙ୍କ ହେୟାର ଷ୍ଟାଇଲ ଏବଂ କଲର ମଧ୍ୟ ବଦଳିଥିବା ଦେଲଖିବାକୁ ମିଳିଥିଲା । ସାରା ନିଜର ହେୟାର ଷ୍ଟାଇଲ ବଦଳାଇ କର୍ଲ କରିବା ସହିତ ବ୍ରାଉନ ଏବଂ କିଛି ଅଂଶକୁ ଗ୍ରୀନ କରିଛନ୍ତି । ଏହି ହେୟାର ଷ୍ଟାଇଲରେ ସାରା ଖୁବ ଷ୍ଟାଇଲିସ ଦେଖାଯାଉଛନ୍ତି ।

ତେବେ ସାରା ନିଜର ନୂଆ ଲୂୁକ ଜରିଆରେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କରିଥିବା ବେଳେ ଫିଲ୍ମ ପାଇଁ କି ସାରା ନିଜର ଲୁକ୍ସ ବଦଳାଇବା ପାଇଁ ଏହା କରିଛନ୍ତି ତାହା ଜଣା ପଡିନାହିଁ । କହରଖୁଛୁ ଯେ, ସାରା ବଲିଉଡରେ ମାତ୍ର ଦୁଇଟି ଫିଲ୍ମ କରି ସମସ୍ତଙ୍କ ହୃଦୟ ଜିତି ନେଇ ଛନ୍ତି । ଫିଲ୍ମ କେଦାରନାଥରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରିଥିଲେ ।

amruta

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More