Only for Entertainment

ସାରାଙ୍କ ହାତ ଧରି ବସିଥିଲେ କାର୍ତ୍ତିକ, କ୍ୟାମେରା ଦେଖି ଲୁଚାଇଲେ ମୁହଁ !

34

ସୈଫ ଅଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲୀ ଖାନ ଅନେକ ଥର ଜାହିର କରି ସାରିଲେଣି ଯେ ସେ ଅଭିନେତା କାର୍ତ୍ତିକ ଆର‌୍ୟନଙ୍କୁ ପସନ୍ଦ କରନ୍ତି । କାର୍ତ୍ତିକ-ସାରାଙ୍କ ଏହି ଯୋଡି ଏବେ ଫିଲ୍ମ ଲଭ ଆଜ କଲ୨ରେ ମଧ୍ୟ କାମ କରୁଛନ୍ତି । କିନ୍ତୁ ଅନସ୍କ୍ରିନ ରୋମାନ୍ସ ସହ ତାଙ୍କର ଏବେ ଅଫସ୍କ୍ରିନ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।

ସାରା ଅଲୀ ଖାନ ଏବଂ ଆର‌୍ୟନ ଖାନଙ୍କୁ ମଙ୍ଗଳବାର ଦିନ ଏକାସହ ସ୍ପଟ କରାଯାଇଥିଲା । ଦୁହେଁ କାରରେ ଦୁହିଁଙ୍କ ହାତ ଧରି ବସି ଥିବାର ନଜର ଆସିଥିଲେ । କିନ୍ତୁ ଯେତେବେଳେ ଫଟୋଗ୍ରାଫରଙ୍କ ନଜର ତାଙ୍କ ଉପରେ ପଡିଥିଲା ଦୁହେଁ ଚେହେରା ଲୁଚାଇଥିଲେ ।

ସାରା ଫଟୋଗ୍ରାଫରଙ୍କୁ ଦେଖି ମୁଣ୍ଡ ତଳକୁ କରିଦେବା ବେଳେ କାର୍ତ୍ତିକ ମୁହଁ ଲୁଚାଉଥିଲେ । ଏହି ଫଟୋ ଦେଖି ଦୁହିଁଙ୍କ କେମେଷ୍ଟ୍ରି ପରିଷ୍କାର ଜଣା ପଡୁଥିଲା । ସେମିତିବି ଦୁହିଁଙ୍କ ଡେଟ ଫିଲ୍ମଠାରୁ କିଛି ରୋମାଂଟିକ ସିନ ଭଳି ଲାଗୁନାହିଁ । ତେବେ ସେମାନେ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହିଛନ୍ତି, ଏବେ ପର୍ଯ୍ୟନ୍ତ ଅଫିସିଆଲ ଦୁହେଁ ଦୁହିଁଙ୍କ ସମ୍ପର୍କକୁ ଅଫିସିଆଲି ସ୍ୱୀକୃତି ଦେଇ ନାହାନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ସାରା ଏବେ ଲଭ ଆଜ କଲରେ ବ୍ୟସ୍ତ ଥିବା ବେଳେ, କାର୍ତ୍ତିକ ଏହି ଫିଲ୍ମ ବ୍ୟତୀତ ପତି ପତ୍ନୀ ଔର ବୋ’ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ କାର୍ତ୍ତିକଙ୍କ ବିପକ୍ଷରେ ନଜର ଆସିବେ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More