Only for Entertainment

ସାରା ଅଲ୍ଲୀ ଖାନ ନା ଜାହ୍ନବୀ କପୁର, ‘ଭୁଲ ଭୁଲେୟା ୨’ରେ କିଏ ହେବ କାର୍ତ୍ତିକ ଆର‌୍ୟନଙ୍କ ଅଭିନେତ୍ରୀ ?

latestly
35

ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ରିମେକ୍ ନର୍ମାଣ ହେବାକୁ ଯାଉଛି । ଫିଲ୍ମରେ ଅଭିନେତା କାର୍ତ୍ତିକ ଆର‌୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଅକ୍ଷୟ କୁମାର ମଧ୍ୟ ଏକ ଛୋଟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ସାରା ଅଲୀ ଖାନ ଏବଂ ଜାହ୍ନବୀ କପୁରଙ୍କ ମଧ୍ୟରୁ ଫିଲ୍ମରେ ଜଣଙ୍କବୁ ଲିଜ ଅଭିନେତ୍ରୀ ଭାବେ କାଷ୍ଟ କରାଯିବ । ମେକର୍ସ ଫିଲ୍ମ ‘ଭୁଲ ଭୁଲେୟା ୨’ ପାଇଁ ୟଙ୍ଗ କାଷ୍ଟ ଚାହୁଁଛନ୍ତି । ଏବଂ ତାଙ୍କ ପାଖରେ କିଛି ବିକଳ୍ପ ରହିଛି । ସେଥିମଧ୍ୟରୁ ଜାହ୍ନବୀ କପିର ଏବଂ ସାରା ଅଲ୍ଲୀ ଖାନଙ୍କ ନାମ ଆଗରେ ରହିଛି । ଯେଉଁ ଅଭିନେତ୍ରୀ ଫିଲ୍ମ ପାଇଁ ସମୟ ଦେଇ ପାରିବେ ମେକର୍ସ ତାଙ୍କୁ ଫାଇନାଲ କରିବେ । ଏବେ ଫିଲ୍ମର ସ୍କ୍ରିପ୍ଟ କାମ ଚାଲୁଛି । ସ୍କ୍ରିପ୍ଟ ଫାଇନାଲ ହେବା ପରେ ମେକର୍ସ ଅଭିନେତ୍ରୀଙ୍କୁ ଆପ୍ରୋଚ କରିବେ ।

କହିରଖୁଛୁ ଯେ, ସାରା ଅଲ୍ଲୀ କାନ କାର୍ତ୍ତିକ ଆର‌୍ୟନଙ୍କ ସହିତ ଖୁବ ଶୀଘ୍ର ଫିଲ୍ମ ‘ଲଭ ଆଜକଲ ୨’ରେ ନଜର ଆସିବେ । ସେହିପରି ଜାହ୍ନବୀ ଏବଂ କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା ୨’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More