Only for Entertainment

‘ସିମ୍ବା’ର ସଫଳତା ପରେ ଏହି ଷ୍ଟାରଙ୍କ ସହିତ କାମ କରିବା ପାଇଁ ମନା କଲେ ସାରା ଅଲ୍ଲୀ ଖାନ, ଜାଣନ୍ତୁ ଏହାର କାରଣ

bollywood tadka
58

ବଲିଉଡରେ ଡେବ୍ୟୁ କରିବା ପରେ ସାରା ଦୁଇଟି ସଫଳ ଫିଲ୍ମ ଦେଇଛନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହାକୁ ଦେଖି ମେକର୍ସ ସାରାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଚାହିଁବସିଛନ୍ତି । ସାରାଙ୍କୁ ଏବେ ବଡ ବଡ ଫିଲ୍ମର ଅଫର ଆସିବାରେ ଲାଗିଛି । କିନ୍ତୁ ସାରା ଏବେ ଭାବି ଚିନ୍ତି ଫିଲ୍ମ ସାଇନ କରୁଛନ୍ତି । ଯେଉଁଥିରେ ସେ ଦମଦାର ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

sara

ବୋଧ ହୁଏ ଏହି କାରଣ ପାଇଁ ସାରା ସହିଦ ଉଧମ ସିଂଙ୍କ ବାୟୋପିକରେ କାମ କରିବା ପାଇଁ ମନା କରିଦେଇଛନ୍ତି । କହିରଖୁଛୁ ଯେ, ଏହି ଫିଲ୍ମରେ ଉଧମ ସିଂ ଭୂମିକାରେ ଭିକି କୈଶଲ ନଜର ଆସିବେ । ଏହି ଫିଲ୍ମରେ ସମସ୍ତ ଫେକସ ଭିକିଙ୍କ ଉପରେ ରହିବ ଏବଂ ସାରାଙ୍କ ରୋଲ କେବଳ ସପୋର୍ଟିଂର ରହିବ । ଏହି କାରଣରୁ ସାରା ଫିଲ୍ମରେ ଅଭିନୟ କରିବା ପାଇଁ ମନା କରିଦେଇଛନ୍ତି ।

ସାରାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଇମ୍ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ ଆଜ କଲ ୨’ରେ ନଜର ଆସିବେ । ଏହି ଫିଲ୍ମରେ ସାରାଙ୍କ ଅପୋଜିଟରେ କାର୍ତ୍ତିକ ଆର‌୍ୟନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ସୁଟିଂ ସମୟର କିଛି ଫଟୋ ନିକଟରେ ସାମ୍ନାକୁ ଆସିଥିଲା । ଏହି ଫେଟା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More