Only for Entertainment

୧୮ବର୍ଷରେ ପାଦ ଦେଲେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ, ସାରା କିଛି ଏଭଳି ୱିଶ କଲେ ଭାଇକୁ !

timesofindia
206

ବଲିଉଡ ନବାବ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଅଲୀ ଖାନ ଙ୍କ ଆଜି ୧୮ବର୍ଷ ପୂରିଲା । ଏହି ଖାସ ମଉକାରେ ସାରା ଅଲୀ ଖାନ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଫଟୋ ଶେୟାର କରି ଭାଇକୁ ବର୍ଥଡେ ୱିଶ କରିଛନ୍ତି । ଫଟୋରେ ଆପଣ ଦେଖି ପାରୁଥିବେ ସାରା ଭାଇ ଇବ୍ରାହିମଙ୍କ କୋଳରେ ନଜର ଆସିଛନ୍ତି । ଇବ୍ରାହିମ ଫଟୋରେ ପାଉଟ ପୋଜ ଦେଇଥିବା ବେଳେ ,ସାରା ଏକ୍ସାଇଟେଡ ନଜର ଆସିଛନ୍ତି । ସାରା ଫଟୋ ଶେୟାର କରି ଲେଖିଛନ୍ତି ଦୁନିଆର ସବୁଠାରୁ ବେଷ୍ଟ ଭାଇ , ଏହା ତୁମର ସବୁଠାରୁ ଭଲ ବର୍ଥଡେ ହେଉ ।

ଏଠାରେ ଆମେ କହି ରଖୁଛୁ ଯେ ସାରା ଏବଂ ଇବ୍ରାହିମ ଦୁହିଁଙ୍କ ସହ ଖୁବ କ୍ଲୋଜ ଅଟନ୍ତି । ଇବ୍ରାହିମ ଏବେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଂଟରନ୍ୟାସନାଲ ସ୍କୁଲରେ ପାଠ ପଢୁଛନ୍ତି । ଇବ୍ରାହିମ ଫିଲ୍ମରେ ଆସିବାକୁ ଚାହୁଁଛନ୍ତି କି ନାହିଁ ତାହା ଜଣା ନାହିଁ କିନ୍ତୁ ୨୦୦୮ରେ ଆସିଥିବା ୟଶରାଜ ବ୍ୟାନର ଫିଲ୍ମ ‘ଟସନ’ରେ ସେ ଶିଶୁ କଳାକାର ଭାବେ ଡେବ୍ୟୁ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More