Only for Entertainment

ଏତେ ବଡ଼ ଦୋସା ଦେଖି ମୁଣ୍ଡରେ ହାତ ଦେଲେ ସୈଫ ଅଲି ଖାନଙ୍କ ପ୍ରଥମ ପତ୍ନୀ, ଭିଡ଼ିଓ ଭାଇରାଲ

aajtak
70

ଅଭିନେତ୍ରୀ ସାରା ଅଲି ଖାନ ଗତ କିଛି ଦିନ ହେବ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ସହିତ ଲଭ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । କେବଳ ସେତିକି ନୁହେଁ ତାଙ୍କ ଲୁକ୍ସ ଏବଂ ଫନି ଅନ୍ଦାଜ ପାଇଁ ମଧ୍ୟ ଲାଇମଲାଇଟକୁ ଆସି ଯାଆନ୍ତି । ନିକଟରେ ସାରା ତାଙ୍କ ମା ଅମୃତାଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଛନ୍ତି । ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

ସାରା ତାଙ୍କ ମା’ଙ୍କ ସହିତ ଦୋସା ଖାଉଥିବାର ଏକ ଭିଡ଼ିଓ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓରେ ସାରାଙ୍କ ମା ତାଙ୍କ ମୁହଁ ଲୁଚାଉ ଥିବାର ନଜର ଆସିଛନ୍ତି । ଟେବଲ ଉପରେ ଏକ ବଡ଼ ଆକୃତିର ଦୋସା ରଖା ଯାଇଥିବାର ନଜର ଆସିଛି । ଭିଡ଼ିଓରେ ସାରା କହୁଛନ୍ତି ମମ ଆମେ ଇଂଷ୍ଟାଗ୍ରାମରେ ଲାଇଭରେ ଅଛୁ । ଆଜି ଏମିତି କାହିଁକି ଖାଉଛୁ? କ’ଣ ହୋଇଛି ଆପଣଙ୍କର?ସାରା ଏକ ଫନି କବିତା ମଧ୍ୟ ଲେଖିଛନ୍ତି । ତେବେ ସାରାଙ୍କ ଏହି ଭିଡ଼ିଓକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More