ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର୍ୟନ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖୁବଶୀଘ୍ର ଦୁହେଁ ‘ଲଭ ଆଜ କଲ ୨’ରେ ପ୍ରଥ ମଥର ପାଇଁ ଏକାଠି ନଜର ଆସିବେ । ଦୁହେଁ ନିଜର ଫଟୋ ପାଇଁ ସୋସିଆଲ ମିଡିଆରେ ଛାଇ ରହିଥିବା ବେଳେ ଏବେ ପୁଣିଥରେ ଦୁହେଁ ଲାଇମ ଲାଇଟକୁ ଆସିଛନ୍ତି ।
ଅସଲରେ ସାରା ଏକ ଫ୍ୟାସନ ଶୋ’ରେ ଫାଲଗୁନୀ ଓ ସେନ ଫିକକଙ୍କ ଡ୍ରେସ ପିନ୍ଧି ର୍ୟାମ୍ପ ୱାର୍କ କରିଥିଲେ । ସାରା ଏହି ସୁନ୍ଦର ଗାଉନରେ ଖୁବ ସୁନ୍ଦର ଦେଖାଯାଉଥିଲେ । ସାରାଙ୍କ ଫ୍ୟାସନ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ମଧ୍ୟ ସ୍ପଟ କରାଯାଇଥିଲା ।
ଫ୍ୟାସନ ଶୋ’ର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସାରାଙ୍କ ର୍ୟାମ୍ପ ୱାର୍କ ସମୟରେ କାର୍ତ୍ତିକ ଆର୍ୟନ ଏବଂ ଭାଇ ଇବ୍ରାହିମ ଖାନ ତାଙ୍କୁ ଚିୟର କରୁଥିବାର ନଜର ଆସିଥିଲେ । ସାରାଙ୍କ ର୍ୟାମ୍ପ ୱାର୍କ ସମୟରେ କାର୍ତ୍ତିକଙ୍କ ଏକ୍ସପ୍ରେସନକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଫ୍ୟାସନ ଶୋ’ରେ ର୍ୟାମ୍ପୱାର୍କ କରିବା ପରେ ସାରା କହିଥିଲେ, ‘ପ୍ରଥମଥର ର୍ୟାମ୍ପ ୱାର୍କ କରିବାର ଅନୁଭୂତି ଖୁବ ଭଲ ଥିଲା । ଏହା କହିବା ଭୁଲ ହେବ ଯଦି ମୁଁ କହିବି ମୁଁ ନର୍ଭସ ନଥିଲି । ଦୁଇ ଜଣ ଡିଜାଇନର ମୋତେ ଏକ ସୁନ୍ଦର ଡ୍ରେସ ପିନ୍ଧିବା ପାଇଁ ଦେଇଥିଲେ ।’
ଫିଲ୍ମ ବିଷୟରେ କହିବାକୁ ଗଲେ ସାରା ରଣବୀର ସିଂଙ୍କ ସହିତ ଫିଲ୍ମ ସିମ୍ବାରେ ନଜର ଆସିଥିଲେ । ସେହିପରି କାର୍ତ୍ତିକ ଶେଷ ଥର ପାଇଁ ଫିଲ୍ମ ‘ଲୁକା ଛୁପି’ରେ କ୍ରିତି ସାନନଙ୍କ ସହିତ ନଜର ଆସିଥିଲେ । ଖୁବ ଶୀଘ୍ର ଦୁହେଁ ‘ଲଭ ଆଜ କଲ ୨’ରେ ନଜର ଆସିବେ ।