Only for Entertainment

ସାମ୍ନାକୁ ଆସିଲା ସାରାଙ୍କ ବୂର୍ଖା ପିନ୍ଧି ସିନେମା ଦେଖିବାକୁ ଯାଇଥିବା ଫଟୋ ।

bollywood tadka
22

ନିକଟରେ ନ୍ୟୁକମର ସାରା ଅଲି ଖାନଙ୍କ ଫିଲ୍ମ କେଦାରନାଥ ରିଲିଜ ହୋଇଛି । ଫିଲ୍ମକୁ ଦର୍ଶକଙ୍କ ତରଫରୁ ଭଲ ରେସପନ୍ସ ମିଳୁଛି ।ତେବେ ସାରାଙ୍କର ଏହା ହେଉଛି ଡେବ୍ୟୁ ଫିଲ୍ମ । ଫିଲ୍ମରେ ସାରାଙ୍କ ସହିତ ଅପୋଜିଟରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂ ରାଜପୂତ । କିନ୍ତୁ ନିକଟରେ ସାରାଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛିଯେ ସେ ସାଙ୍ଗ ମାନଙ୍କ ସହିତ ଫିଲ୍ମ କେଦାରନାଥ ଦେଖିବାକୁ ଯାଇଛନ୍ତି ।

ସବୁଠାରୁ ଖାସ କଥା ହେଉଛି ସାରାଙ୍କୁ କେହି ନଚିହ୍ନିବା ପାଇଁ ସେ ବୂର୍ଖା ପିନ୍ଧି ଫିଲ୍ମ ହଲକୁ ଯାଇଥିଲେ । ଯାହାର ଫଟୋକୁ ଫିଲ୍ମର କୋ ରାଇଟର କନିକା ଢିଲନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

ତେବେ ନୁସରତ ନାମରେ ସାରା ଫିଲ୍ମ ଦେଖିବାକୁ ଯାଇଥିଲେ । ସାରାଙ୍କ ସହିତ ତାଙ୍କ ମା ଅମୃତା ମଧ୍ୟ ଯାଇଥିଲେ ।ତେବେ ଫଟୋରେ ସାରା ଫ୍ୟାନ୍ସଙ୍କ ସହିତ ପୋଜ ଦେଉଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More