Only for Entertainment

ସାରାଙ୍କ ଖୁଲାସା : ରାକ୍ଷୀ ପୂର୍ଣ୍ଣିମାରେ ଏତିକି ଟଙ୍କା ଦେଇଥିଲେ ଭାଇ ତୈମୁର

54

ଫିଲ୍ମ କେଦାରନାଥରୁ ବଲିଉଡରେ ଡ଼େବ୍ୟୁ କରିଛନ୍ତି ସୈଫ୍‌-ଅମୃତାଙ୍କ ତନୟା ସାରା ଅଲ୍ଲୀ ଖାନ୍‌ । ଫିଲ୍ମଟି ରିଲିଜ୍‌ ହୋଇ ସାରିଥିବା ବେଳେ ସାରାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଇଛି । ତେବେ ଫିଲ୍ମକୁ ନେଇ ସେ ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ତାଙ୍କୁ ତାଙ୍କ ସାବତ ଭାଇ ତୈମୁର ଅଲ୍ଲୀ ଖାନ୍‌ଙ୍କ ବିଷୟରେ ପଚାରା ଯାଇଥିଲା । ଯାହାର ଉତ୍ତରରେ ସେ କହିଥିବା କଥାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ସାରା-ତୈମୁରଙ୍କ ରାକ୍ଷୀ ପୂର୍ଣ୍ଣିମାରେ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସାରା ତୈମୁରଙ୍କୁ ପ୍ରଥମ ଥର ପାଇଁ ରାକ୍ଷୀ ବାନ୍ଧିଥିବା ବେଳେ ତୈମୁର ତାଙ୍କୁ କ’ଣ ଉପହାର ଦେଇଥିଲେ ବୋଲି ପ୍ରଶ୍ନ କରାଯିବା ପରେ ତୈମୁର ମୋତେ ୫୧ଟଙ୍କା ଉପହାର ଦେଇଥିଲେ ବୋଲି ସାରା ଉତ୍ତର ରଖିଥିଲେ । ଉତ୍ତର ଦେଇ ହସିବା ସହ ତୈମୁର ଏବେ ଛୋଟ । ଏ ବୟସରେ ୫୧ଟଙ୍କା ଦେବା ମୋ ପାଇଁ ଖୁସିର କଥା ବୋଲି ସାରା କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More