Only for Entertainment

ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତିରେ ରିଲିଜ ହେବ ସରଦାର ଉଧମ ସିଂଙ୍କ ବାୟୋପିକ !

29

ସୁଜିତ ସରକାରଙ୍କ ନିର୍ଦ୍ଦେଶନାରେ ଉଧମ ସିଂଙ୍କ ଜୀବନ ଉପରେ ଫିଲ୍ମ ୨ଅକ୍ଟୋବର ୨୦୨୦ରେ ରିଲିଜ ହେବ । ଏହି ଫିଲ୍ମରେ ଅଭିନେତା ବିକ୍କି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ନିର୍ମାତା ଆଜି ହିଁ ଫିଲ୍ମର ତାରିଖ ଘୋଷଣା କରିଛନ୍ତି । ନିକଟରେ ବିକ୍କି କୌଶଲଙ୍କ ଏକ ଲୁକ ସାମ୍ନାକୁ ଆସିଥିଲା ।

ଏହି ବାୟୋପିକ ସରଦାର ଉଧମ ସିଂଙ୍କ ବହୁରଂଗ ଜୀବନ ଉପରେ ଆଧାରିତ । ସେ ଇଂଲଣ୍ଡରେ ଯାଇ ମାଇକଲ ଓ ଡାୟରଙ୍କ ମାରିଥିଲେ । ଡାୟର ୧୯୧୯ରେ ଯେତେବେଳେ ଗଭର୍ଣ୍ଣର ଥିଲେ ସେ ସମୟରେ ଜାଲିଆନାୱାଲା ବାଗ ଦୁର୍ଘଟଣା ହୋଇଥିଲା । ବ୍ରିଟିଶ ପୁଲିସ ଏଥିରେ ହଜାର ହଜାର ଲୋକଙ୍କ ଉପରେ ଗୁଳି ବର୍ଷା କରାଇଥିଲେ ।

ସରଦାର ଉଧମ ସିଂ ନାମକ ଫିଲ୍ମର ପଟକଥା ରିତେଶ ଶାହ ଏବଂ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି । ଏହାପୂର୍ବରୁ ରିତେଶ ଶାହ ୨୦୧୬ରେ ଫିଲ୍ମ ‘ପିଙ୍କ’ ଏବଂ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ‘ମଦ୍ରାସ କ୍ୟାଫେ’ରେ ନିର୍ଦ୍ଦେଶକ ସୁଜିତ ସରକାରଙ୍କ ସହ କାମ କରିଥିଲେ ।

ସୁଜିତ ସରକାରଙ୍କ ଫିଲ୍ମ ଗୁଲାବୋ ସିତାବୋ ମଧ୍ୟ ଲାଇନ ଅପରେ ଅଛି । ସେହିଭଳି ବିକ୍କି କୌଶଲଙ୍କ ଆଗାମୀ ଫିଲ୍ମ ‘ଭୂତ ପାର୍ଟ ୱାନ: ଦ ହଂଟେଡ ସିପ’ଚଳିତ ବର୍ଷ ନଭେମ୍ବର ୧୫ରେ ରିଲିଜ ହେବ ବୋଲି ଆଶା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More