Only for Entertainment

ଏହିକାରଣରୁ ଟ୍ରେଣ୍ଡ ହେଉଛି#sareetwitter , ଆୟୁଷ୍ମାନ ଖୁରାନାଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା !

81

ସୋସିଆଲ ମିଡିଆରେ ଆସିବା ଦିନ ଠାରୁ କିଛି ନା କିଛି ୟୁନିକ ଟ୍ରେଣ୍ଡ ଚାଲିଛି । କେତେବେଳେ ବୋତଲ କ୍ୟାପ ଚ୍ୟାଲେଂଜ ତ କେତେବେଳେ ଫିଟନେସ ଚ୍ୟାଲେଂଜ ଆସିବା ଦିନ ଠାରୁ ଭାଇରାଲ ହେବାରେ ଲାଗିଛି । ସେହିଭଳି ଏବେ ସୋସିଆଲ ମିଡିଆରେ #sareetwitter ଟ୍ରେଣ୍ଡ ହେବାରେ ଲାଗିଛି । ଏହାପରେ ଅନେକ ସେଲିବ୍ରିଟି ଠାରୁ ଆରମ୍ଭ କରି ରାଜନିତୀରେ ମଧ୍ୟ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି । ସମସ୍ତେ ଶାଢୀ ପିନ୍ଧି #sareetwitterରେ ପୋଷ୍ଟ କରିଛନ୍ତି । ଦେଖନ୍ତୁ କିଛି ଟ୍ୱିଟ-

ୟାମୀ ଗୌତମ

ରେଣୁକା ଶାହାଣେ

ଗୁଲ ପନାଗ

ଦିବ୍ୟା ଦତ୍ତା

କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

]

ଆୟୁଷ୍ମାନ ଖୁରାନା

ଅସଲରେ ସୋମବାର ଅଚାନକ ଏଭଳି କଣ ହେଲା ଯେ ଏହି ଟ୍ରେଣ୍ଡ’ର ଆରମ୍ଭ ହେଲା ଏବଂ ମଙ୍ଗଳବାର ଆସୁ ଆସୁ ଏହା ଟ୍ୱିଟରରେ ବନ୍ୟା ହୋଇଗଲା । ଅସଲରେ ଏହାର ଆରମ୍ଭ ନ୍ୟୁୟର୍କ ଟାଇମରେ ଛପା ଯାଇଥିବା ଏକ ଆର୍ଟିକଲ ପରେ ଆରମ୍ଭ ହୋଇଥିଲା । ଏଥିରେ ଛପା ହୋଇଥିବା ଏକ ଲେଖାରେ ଶାଢୀକୁ ‘ହିନ୍ଦୁ ମାନଙ୍କ ପରିଧାନ’ କୁହାଯାଇଥିଲା ।

ଏହାସହ ଏହାର ମହିମା, ଗାରିମା ଏବଂ ଇତିହାସ ବିଷୟରେ କୁହାଯାଇଥିଲା । ଲେଖାରେ କୁହାଯାଇଥିଲା ଯେ ମେ’ ୨୦୧୪ ପରେ ଶାଢୀକୁ ଖୁବ ପ୍ରମୋଟ କରାଯାଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଜିତିବା ପରେ ବନାରସୀ ଶାଢୀ ବୁଣୁଥିବା ବୁଣାକାରଙ୍କ ସମସ୍ୟାକୁ ଆଉ ଧ୍ୟାନ ନ ଦେଇଥିବା କାରଣରୁ ଲୋକମାନେ କ୍ରୋଧିତ ଅଛନ୍ତି । ତାଙ୍କ କହିବା ମୁତାବକ ଆର୍ଟିକଲ ଖୁବ ଖରାପ ପ୍ରକ୍ରିୟାରେ ଲେଖାଯାଇଛି ଏବଂ ଏଥିରେ ଭୂଲ ତର୍କ କରାଯାଇଛି । ଏହିକାରଣରୁ ଟ୍ୱିଟରରେ #sareetwitter ନାମକ ଟ୍ରେଣ୍ଡ ଆରମ୍ଭ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More