Only for Entertainment

୧୯୮୨ରେ ରିଲିଜ ହୋଇଥିବା ଅମିତାଭଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକରେ ନଜର ଆସିବେ ଅକ୍ଷୟ କୁମାର

dna
22

ବଲିଉଡରେ ଆଜି କାଲି କିମେକ ଫିଲ୍ମର ନିର୍ମାଣ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ଖବର ଶୁଣିବାକୁ ମିଳୁଛି ଯେ, ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ ଖୀଘ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକରେ ନଜର ଆସିପାରନ୍ତି ।
ଶୁଣିବାକୁ ମିଳୁଛି ଯେ, ଫରାହ ଖାନଙ୍କୁ ରୋହିତ ସେଟ୍ଟୀ ୧୯୮୨ରେ ରିଲିଜ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ ନିର୍ମାଣ ଦାୟିତ୍ୱ ଦେଇଛନ୍ତି । ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଅମିତାଭ ବଚ୍ଚନ ଏବଂ ହେମା ମାଳିଳୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

film

ଶୁଣିବାକୁ ମିଳୁଛି ଯେ, ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମର ଅଫର କରାଯାଇଛି । ଏହି ଫିଳ୍ମ ପାଇଁ ଯଦି ଅକ୍ଷୟ କୁମାର ହଁ କରନ୍ତି ତେବେ ଅମିତାଭ ବଚ୍ଚନଙ୍କ ଭୂମିକାରେ ଅକ୍ଷୟଙ୍କୁ ଦେଖିବାକୁ ମିଳିବ । ଯଦି ଏହା ହୁଏ ତେବେ ଦ୍ୱିତୀୟ ଥର ପାଇଁ ଅକ୍ଷୟ ରୋହିତଙ୍କ ଫିଲ୍ମରେ ନଜର ଆସିବେ । ସେହିପରି ହେମା ମାଳିନୀଙ୍କ ଭୂମିକା ପାଇଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଆପ୍ରୋଚ କରାଯାଇଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅକ୍ଷୟ କୁମାର ଏବେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତିତ ସେ କରୀନାଙ୍କ ସହିତ ଫିଲ୍ମ ‘ଗୁଡ ନ୍ୟୁଜ’ରେ ମଧ୍ୟରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More