Only for Entertainment

ସାଉଦି ବ୍ୟକ୍ତି ନିଜର ୪ଜଣ ସ୍ତ୍ରୀଙ୍କ ମଧ୍ୟରୁ ୨ଜଣ ସ୍ତ୍ରୀଙ୍କୁ ଖାଇ ୧୩ଦିନର ଭୋକ ମେଣ୍ଟାଇଲେ !

175

ମଣିଷ ଆମିଷ ଖାଉଥିବା ଜାଣିଥିବେ । କିନ୍ତୁ  ସାଉଦି ଆରବରେ ଘଟିଛି ଏକ ଏଭଳି ମର୍ମନ୍ତୁଦ ଘଟଣା ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଅସଲରେ ଏହା ସତ କି ଗୁଜବ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ନିକଟରେ ସାଉଦି ଆରବର ଜଣେ ଯୁବକ ନିଜର ଦୁଇ ସ୍ତ୍ରୀ ଙ୍କୁ ମାରି ଖାଇବା ଘଟଣା ଏବେ ଭାଇରାଲ ହେବାରେ ଲାଗିଛି l ଘଟଣା କ୍ରମେ ମୁସ୍ତାଫା ଅଲି ହମ୍ମଦ ନାମକ ଯୁବକ ନିଜର ଚାରି ଜଣ ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇ ସାଉଦି ସ୍ଥିତ ଅସ ସଲଫା କୁ ଯାଉଥିଲେ l ବାଟରେ ଧୂଳି ଝଡ଼ ଶିକାର ହେବା କାରଣରୁ ଗାଡିର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ଘଟଣା ସ୍ଥଳରେ ଜଣେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା l ଏହାପରେ ତିନି ଦିନ ଧରି ଖାଦ୍ୟ ପାନୀୟ ଅଭାବରୁ ସେହିଠାରେ ପଡିରହିବା ପରେ ହମ୍ମଦ ଦୁଇ ସ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ଅନ୍ୟତ୍ର ସ୍ଥାନ କୁ ପଠାଇଲେ l ପରେ ତାଙ୍କ ଅନ୍ୟ ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହାପରେ ମୃତ ସ୍ତ୍ରୀ ୨ଜଣଙ୍କୁ ଏହି ବ୍ୟକ୍ତି ଜଣକ ଖାଇଥିଲା । ଖବର ମୁତାବକ ୨ସ୍ତ୍ରୀ ଅନୁସନ୍ଧାନ ପରେ ଲୋକଙ୍କୁ ନେଇ ଘଟଣାସ୍ଥଳ ରେ ପହଞ୍ଚିବା ପରେ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ଶୁଣିବାକୁ ମିଳିଥିଲା ।

ଘଟଣା ର ସତ୍ୟତା ଏବେ ସାମ୍ନାକୁ ଆସିଛି, ଅସଲରେ ଯେଉଁ ଫଟୋ ସେୟାର କରାଯାଇ ଏହି ଖବର ଭାଇରାଲ ହେଉଛି ଏହା ମିଥ୍ୟା ଏବଂ ଗୁଜବ ଅଟେ । ଫଟୋରେ ଥିବା ବ୍ୟକ୍ତି ଜଣକ ନାଁ ହେଉଛି ଖାଲିଦ ମୋହସିନ ସାହେରି । ସେ ମଣିଷ ଭକ୍ଷକ ନୁହନ୍ତି , ସେ ସିରିଅସ ମେଦବହୁଳତା ରୋଗରେ ପୀଡ଼ିତ ଅଛନ୍ତି । ଏହି କାରଣରୁ ତାଙ୍କ ଶରୀର ଏଭଳି ଅବସ୍ଥା । ଏହାକୁ ନେଇ ଅଯଥା ଏକ ଖବର ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More