Only for Entertainment

ବିଏମସି ବିରୋଧରେ ମୋର୍ଚ୍ଚା ବାନ୍ଧିଲେ ବଲିଉଡ କଳାକାର, ବୃକ୍ଷ କାଟକୁ ବିରୋଧ କଲେ ବିଟାଉନ ଷ୍ଟାର

42

ମୁମ୍ବାଇ ରାସ୍ତାରେ ବଲିଉଡ କଳାକାରଙ୍କ ପ୍ରତିବାଦ । ବୃକ୍ଷ ବଂଚାଓ ଅଭିଯାନରେ ସାମିଲ ହେଲେ ଏକାଧିକ ବଲିଉଡ ଷ୍ଟାର । ସହରରେ ମେଟ୍ରୋଷ୍ଟେସନ ଗୁଡିକ ପରିଧି ବୃଦ୍ଧି ପାଈଁ ବିଏମସି ପ୍ରାୟ ୨୭ହଜାର ଗଛ କାଟିବାକୁ ଯାଉଛି । ଯାହାକୁ ବିରୋଧରେ କରି ପ୍ରତିବାଦ ଆରମ୍ଭ କରିଛନ୍ତି କଳାକାର । ସାହୋ ଗର୍ଲ ଶ୍ରଦ୍ଧା କପୁର କିଛି ଏନଜିଓଙ୍କ ସହ ମିଶି ଗଛ କାଟକୁ ବିରୋଧ କରିବା ସହ ନୀରବ ପ୍ରତିବାଦ କରିଛନ୍ତି । ମାନବ ଶୃଖଂଳ କରି ବୃକ୍ଷ କାଟକୁ ବିରୋଧ କରିଛନ୍ତି ଶ୍ରଦ୍ଧା କପୁର ।

ସେହିପରି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର, ଦୀୟା ମୀର୍ଜା,ମୀନା ମାଥୁର, ରବିନା ଟଣ୍ଡନଙ୍କ ସହ ଅନେକ କଳାକାର ଟ୍ୱିଟ କରି କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଟ୍ୱିଟ କରି ଲତା କହିଛନ୍ତି ମେଟ୍ରୋ ପାଇଁ ବୃକ୍ଷଙ୍କ ହତ୍ୟା କରିବା ପରିବେଶକୁ କ୍ଷତି ପହଁଚାଇବା ଏକ ଦୁଃଖଦ ଘଟଣା । ଏହାକୁ ସେ ଘୋର ବିରୋଧ କରୁଛନ୍ତି । ମହାରାଷ୍ଟ୍ର ସରକାରଙ୍କୁ ନିବେଦନ କରି ଲତା କହିଛନ୍ତି କି ପୁଣି ଥରେ ଏହି ନିଷ୍ପତି ଉପରେ ବିଚାର କରାଯାଉ ଓ ଜଙ୍ଗଲକୁ ସୁରକ୍ଷା କରିବା ଦିଗର ଧ୍ୟାନ ଦିଆଯାଉ ।


ସେହିପରି ଦିୟା କହିଛନ୍ତି ମେଟ୍ରୋ ଷ୍ଟେସନ ପରିଧି ବୃଦ୍ଧି ନିଷ୍ପତିକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ବୃକ୍ଷ କାଟକୁ ସେ ଘୋର ବିରୋଧ କରୁଛନ୍ତି । ପରିବେଶ ଉପରେ ଧ୍ୟାନ ଦେବା ଜରୁରୀ କାରଣ ଏହା ଅମୂଲ୍ୟ ସମ୍ପଦ । ରବିନା ଟଣ୍ଡନ ସରକାରଙ୍କ ଏହି ନିଷ୍ପତି ଉପରେ ଅସନ୍ତୋଷ ଜାହିର କରିବା ସହ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।


ଏଥିସହ ଜନତାଙ୍କ କଥା ସରକାର ଏଭଳି ଅଣଦେଖା କରିବା ଅନୁଚିତ ବୋଲି ରବିନା କହିଛନ୍ତି । ବୃକ୍ଷ କାଟକୁ ନେଇ ଦୁଖ ପ୍ରକାଶ କରିଛନ୍ତି ଅଭିେନେତା ରଣଦୀପ ସିଂ ହୁଡ୍ଡା । ଏହାକୁ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନବିଜଙ୍କୁ ନିଜ ଟ୍ୱିଟର ପେଜରେ ଟ୍ୟାଗ କରିଛନ୍ତି ରଣଦୀପ । ଅନ୍ୟପଟେ ବିଏମସିର ଏହି ନିଷ୍ପତି ବିରୋଧରେ ରାଜନୀତି ଆରମ୍ଭ ହୋଇଛି । ବିଏମସି ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛି କଂଗ୍ରେସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More